ବିହାର ଚାଲିଚାଲି ଯାଉଥିବା ଶ୍ରମିକଙ୍କୁ ଫେରାଇ ଆଣିଲା ପ୍ରଶାସନ
ପାରାଦ୍ୱୀପ (ପୀତବାସ ପ୍ରଧାନ) : ଦେଶର ବିଭିନ୍ନ ରାଜ୍ୟ ରୁ କର୍ମ ଅନ୍ନେଷଣ ନିମନ୍ତେ ଶ୍ରିମକମାନେ ବିଭିନ୍ନ ରାଜ୍ୟ କୁ ଆସିଥାନ୍ତି । ପ୍ରବାସୀ ଶ୍ରମିକ ମାନେ ଅନ୍ୟ ରାଜ୍ୟରେ ରହି ଶ୍ରମ କରି ଅର୍ଥ ଉପାର୍ଜନ କରିଥାନ୍ତି । ପ୍ରବାସୀ ଶ୍ରମିକମାନେ କରୋନା ମହାମାରୀ ଲକଡାଉନ୍ ଘୋଷଣା ହେବା ପରେ ଅଭାବ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ଏହି ପ୍ରବାସୀ ଶ୍ରମିକମାନେ । ଏବେ ସେମାନେ ନିଜ ନିଜ ରାଜ୍ୟକୁ ଫେରିବା ପାଇଁ ତତ୍ପର । ବନ୍ଦର ସହର ପାରାଦ୍ୱୀପକୁ ବିଭିନ୍ନ ରାଜ୍ୟ ରୁ ଶ୍ରମିକ ମାନେ ଆସି ଶ୍ରମ ଦାନ କରି ଅର୍ଥ ଉପାର୍ଜନ କରୁଥିଲେ । ବିହାର ଓ ଝାରଖଣ୍ଡ ରୁ ୨୧ ଜଣ ଶ୍ରମିକ ପାରାଦ୍ୱୀପରେ ଶ୍ରମିକ ଭାବେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ । ଲକ୍ଡାଉନ୍ ଘୋଷଣା ହେବା ପରେ ସଂପୃକ୍ତ ଠିକାଦାର କାମ ବନ୍ଦ କରିଦେଇଥିଲେ । ଫଳରେ ଶ୍ରମିକ ମାନେ ଆଉ ରୋଜଗାର କରିପାରୁନଥିଲେ । ନିଜର ସଂଚିତ ଅର୍ଥ ଶେଷ ହୋଇଯିବା ପରେ ପ୍ରବାସୀ ଶ୍ରମିକ ମାନେ ନିଜ ରାଜ୍ୟକୁ ଫେରିଯିବା ପାଇଁ ମନସ୍ତ କରିଥିଲେ । ଗାଡି ମଟର ବନ୍ଦ ଥିବା ଯୋଗୁଁ ପାଦରେ ଚାଲିଚାଲି ଯିବା ପାଇଁ ସ୍ଥିର କଲେ । ଶ୍ରମିକମାନେ ପାରାଦ୍ୱୀପରୁ ଜାତୀୟ ରାଜପଥ ରେ ଚାଲିଚାଳି ଯାଉଥିଲେ । ଖବର ପାଇ ପାରାଦ୍ୱୀପ ଅତିରିକ୍ତ ଜିଲ୍ଲାପାଳ କାହ୍ନୁଚରଣ ଧିର ସେମାନଙ୍କୁ ପାରାଦ୍ୱୀପ ଗଡ ନିକଟସ୍ଥ ଚକ୍ରଧରପୁର ଗଡା ନିକଟରେ ପହଞ୍ଚି ସେମନଙ୍କ ସହ ଆଲୋଚନା କରିଥିଲେ । ସେମାନେ ପ୍ରଶାସନ ସହ ଆଲୋଚନା ପରେ ପାରାଦ୍ୱୀପ ଫେରିବାକୁ ରାଜି ହୋଇଥିଲେ । ପ୍ରଶାସନ ଏବେ ସେମାନଙ୍କୁ ଆଣି ବିଜୁ ସେବା ସଦନରେ ଆଶ୍ରୟ ଦେଇଛି । ପ୍ରଶାସନ ଏବେ ସେମାନଙ୍କୁ ଆଣି ବିଜୁ ସେବା ସଦନରେ ଆଶ୍ରୟ ଦେଇଛି । ଏହି ପ୍ରବାସୀ ଶ୍ରମିକ ମାନେ ଏବେ ସେଠାରେ ରହିଛନ୍ତି । ପ୍ରଶାସନ ସେମାନଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦେଉଥିବା ଜଣାପଡିଛି ।


