ବିହାର ବିଧାନସଭାରେ ଏନ୍‌ଆର୍‌ସି ବିରୋଧୀ ବିଲ୍‌ ପାରିତ

ପାଟନା : ବିହାରରେ ଏନ୍‌ଆରସି ଲାଗୁ ନକରିବା ପାଇଁ ଏକ ବିଧେୟକ ପାରିତ ହୋଇଯାଇଛି। ମଙ୍ଗଳବାର ବିହାର ବିଧାନସଭାରେ ଏହି ବିଲ୍‌ଟି ପାରିତ ହୋଇଛି। ଏହା ସହିତ ରାଷ୍ଟ୍ରୀୟ ନାଗରିକ ପଞ୍ଜୀକରଣ (ଏନ୍‌ପିଆର) ଲାଗୁ କରିବା ପାଇଁ ମଧ୍ୟ ଏକ ବିଧେୟକ ଲାଗୁ କରାଯାଇଛି। ଏହି ବିଧେୟକ ଅନୁଯାୟୀ ରାଜ୍ୟରେ ଏନ୍‌ପିଆର ଲାଗୁ କରାଯିବ ମାତ୍ର ୨୦୧୦ରେ ଲାଗୁ କରାଯାଇଥିବା ଜନଗଣନା ଭଳି ଏହାକୁ ଲାଗୁ କରାଯିବା ନେଇ ବିଧେୟକରେ ଉଲ୍ଲେଖ କରାଯାଇଛି। ଉଲ୍ଲେଖଯୋଗ୍ୟ ଯେ, ପୂର୍ବରୁ କେରଳ ଏବଂ ପଞ୍ଜାବ ବିଧାନସଭାରେ ମଧ୍ୟ ଏନ୍‌ଆରସି ବିରୋଧୀ ବିଲ୍‌ ପାରିତ ହୋଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ