ବିହାର ରେ ସାମ୍ବାଦିକଙ୍କୁ ଗୁଳିକରି ହତ୍ୟା କୁ ଓୟୁଜେ ର ନିନ୍ଦା

ବାଲେଶ୍ୱର, (ସରୋଜ ପଣ୍ଡା):ବିହାର ରାଜ୍ୟରେ ଜଣେ ଯୁବ ସାମ୍ବାଦିକଙ୍କୁ ଗତକାଲି ୪ଜଣ ଦୁର୍ବୃତ୍ତ ଗୁଳିକରି ହତ୍ୟା କରିଛନ୍ତି।ସାମ୍ବାଦିକ ବିମଳ ଯାଦବ ଙ୍କୁ ସକାଳେ ସେମାନେ ଡାକିବା ପରେ ସେ ଘର କବାଟ ଖୋଲିବା କ୍ଷଣି ଆଖିବୁଜା ଗୁଳିଚାଳନା କରିବା ,ଓ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହେବା ସାମ୍ବାଦିକତା କୁ ବ୍ରତ ବା ପେଶା , ବୃତ୍ତି ଭାବେ ଗ୍ରହଣ କରିଥିବା ବ୍ୟକ୍ତିଙ୍କୁ ହତ ଚକିତ ସ୍ତମ୍ଭିଭୂତ କରିଦେଇଛି। ଏହି ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟଜନକ, ନିନ୍ଦନୀୟ ବୋଲି ଓଡ଼ିଶା ସାମ୍ବାଦିକ ୟୁନିଅନ ବାଲେଶ୍ବର ଜିଲ୍ଲା ଶାଖା ପକ୍ଷରୁ କୁହାଯାଇଛି। ସାମ୍ବାଦିକ ମାନେ ସମାଜର ହିତ ପାଇଁ କାର୍ଯ୍ୟ କରୁଥିବା ବେଳେ ଏଭଳି ଜଘନ୍ୟ ହତ୍ୟା ଅତ୍ୟନ୍ତ ଲଜ୍ୟା ଜନକ ବୋଲି ଓୟୁଜେ ବାଲେଶ୍ବର ଜିଲ୍ଲା ଶାଖା ସଭାପତି ଗଙ୍ଗାଧର ରାଉତ କହିଛନ୍ତି। ସମଗ୍ର ଦେଶରେ ସାମ୍ବାଦିକ ମାନଙ୍କୁ ଏହିଭଳି ହତ୍ୟା, ମିଥ୍ୟା ଅଭିଯୋଗ ରେ ଥାନାରେ ମାମଲା, ସମାଜ ବିରୋଧି ଙ୍କ ଆକ୍ରୋଶ,ରାଜନୈତିକ ଷଡ଼ଯନ୍ତ୍ର ବୃଦ୍ଧି ପାଉଥିବାରୁ ସାମ୍ବାଦିକ ସୁରକ୍ଷା ଆଇନ ଲାଗୁ କରିବା ପାଇଁ ସଂଘ ପକ୍ଷରୁ ବାରମ୍ବାର ଦାବୀ କରାଯାଉଛି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଏଦିଗରେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ଉଚିତ ବୋଲି ସଂଘର ସମ୍ପାଦକ ବିବେକାନନ୍ଦ ଦାସ, ବରିଷ୍ଟ ସଦସ୍ୟ ରାମନାରାୟଣ ଶତପଥୀ, ଅନାମ ଚରଣ ପଣ୍ଡା, ଶିଶିର କୁମାର ଦାସ, ଚନ୍ଦ୍ରମୋହନ ମହାପାତ୍ର, ସୁରେଶ ଚନ୍ଦ୍ର ଦାସ ,ମନୋଜ କୁମାର ରାଉଳ, ଆଲୋକ କୁମାର ବାରିକ,ଅରୂପ ଦାସ, ଅଜିତ କୁମାର ମହାନ୍ତି, ମହମ୍ମଦ ହାଇଦର ଖାନ,ସେକ ଅବଦୁଲ ରହିମ, ରବିରଞ୍ଜନ ତ୍ରିପାଠୀ, ଉତ୍କଳବନ୍ଧୁ ପଣ୍ଡା ,ନୀଳାମ୍ବର ପଣ୍ଡା କୈଳାଶ ଚନ୍ଦ୍ର ଦାସ ପ୍ରମୁଖ ଦୃଢ଼ ଦାବୀ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ