ବିିଦ୍ୟାର୍ଥୀଙ୍କ ଶୃଙ୍ଖଳିତ ଶୈଳୀ ସୁସ୍ଥ ସମାଜ ଗଠନ କରିପାରିବ

ବୁଗୁଡା,(ଯୁଗାବ୍ଦ ନ୍ୟୁଜ): ସଂପ୍ରତି ସମାଜରେ ଦେଖାଯାଉଥିବା ବିଶୃଙ୍ଖଳା , ସ୍ୱାର୍ଥପରତା ସମାଜର ମୂଲ୍ୟବୋଧ ଅବକ୍ଷୟମୁଖୀ ହେବାରେ ଲାଗିଛି ।ଏଥିରୁ ଛାତ୍ରଛାତ୍ରୀମାନେ ଦୁରେଇ ରହି ଶୃଙ୍ଖଳିତ ଜୀବନ ଶୈଳୀରେ ନିଜକୁ ସାମିଲ କଲେ ଏକ ସୁସ୍ଥ ସମାଜ ଗଠନ ହୋଇପାରିବ ବୋଲି ଗଂଜାମ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ , ବାଲିପଦର ଆଞ୍ଚଳିକ ବିଜ୍ଞାନ ଉଚ୍ଛ ମାଧ୍ୟମିକ ବିଦ୍ୟାଳୟଠାରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ମତବ୍ୟକ୍ତ କରିଥିଲେ । ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ଡଃ. ବି. ପ୍ରକାଶ ଚନ୍ଦ୍ର ପାତ୍ର ଏହି ସମ୍ବର୍ଦ୍ଧନା ସଭାରେ ଅଧ୍ୟକ୍ଷତା କରିଥିବାବେଳେ ପଣ୍ଡିତ ସୀମାଞ୍ଚଳ ପଣ୍ଡା, ଭାସ୍କର ଗୁରୁ, ଖଲି ପରୀଡା, କିଶୋର ଚନ୍ଦ୍ର ପ୍ରଧାନ ପ୍ରମୁଖ ମଞ୍ଚାସୀନ ଥିଲେ । ଏହି ଅବସରରେ ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀ ସାହୁ ୨୦୧୯ ମସିହାର +୨କଳାରେ ବ୍ଲକର ବିଭାଗର ପରୀକ୍ଷାରେ ବ୍ଲକ ଟପର ହୋଇଥିବା ଛାତ୍ରୀ ରୋଜାଲିନ ପାତ୍ରଙ୍କୁ ସମ୍ବର୍ଦ୍ଧିତ କରିଥିଲେ୍ । ଶିକ୍ଷାନୁଷ୍ଠାନର ସମସ୍ତ ଅଧ୍ୟାପକ, ଅଧ୍ୟପିକା , କର୍ମଚାରୀବୃନ୍ଦଙ୍କ ସମେତ ଛାତ୍ରଛାତ୍ରୀମାନେ ପୁଷ୍ପମାଳ ପୁଷ୍ପଗୁଚ୍ଛ ପାଛୋଟି ନେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ