ବିିଧାନସଭାରେ ଉଠିଲା ବ୍ରହ୍ମପୁର ଷ୍ଟାଡିୟମ ପ୍ରସଙ୍ଗ

ବ୍ରହ୍ମପୁର , (ଯୁଗାବ୍ଦ ନ୍ୟୁଜ) ବ୍ରହ୍ମପୁରର ନବ ନିର୍ବାଚିତ ବିଧାୟକ ବିକ୍ରମ ପଣ୍ଡା ବିଧାନସଭାର ପ୍ରଥମ ଅଧିବେସନରେ ଯୋଗେଦେଇ ବ୍ରହ୍ମପୁର ସହରର ବିଭିନ୍ନ ସମସ୍ୟାର ସମାଧାନ ସହ ଏହାର ଉନ୍ନତ୍ତି ପାଇଁ କିଭଳି କାର୍ଯ୍ୟ କରାଯିବ ସେନେଇ ଆଲୋଚନା କରିଥିଲେ । ବ୍ରହ୍ମପୁର ସହରର ଦୀର୍ଘ ଦିନରୁ ସମ୍ପ୍ରସାରଣ ହେଉଥିବା ବ୍ରହ୍ମପୁର ଷ୍ଟାଡିୟମର କାର୍ଯ୍ୟ କେବେ ସମ୍ପୁର୍ଣ୍ଣ ହେବ ଓ ବ୍ରହ୍ମପୁର ସହରକୁ ଦ୍ୱିତୀୟ ଷ୍ଟାଡିୟମର ଆବଶ୍ୟକତା ଥିବାବେଳେ କେବେ ଏହି ଆବଶ୍ୟକତା ପୁରଣ କରାଯିବ ଏନେଇ ବିଧାନସଭାରେ ପ୍ରଶ୍ନ କରିଥିଲେ ବିକ୍ରମ ପଣ୍ଡା । ଶ୍ରୀ ପଣ୍ଡା କ୍ରିଡା ଓ ଯୁବସେବା ରାଷ୍ଟ୍ରମନ୍ତ୍ରୀ (ସ୍ବାଧୀନ ) ତୁଷାରି କାନ୍ତ ବେହେରାଙ୍କୁ ପ୍ରଶ୍ନ କରିଥିଲେ ଯେ , ବ୍ରହ୍ମପୁର ସହରରେ କ୍ରିଡାବିତ ମାନଙ୍କ ସକାଶେ ଅନ୍ୟାନ୍ୟ ଖେଳର ଉନ୍ନତି ନିମନ୍ତେ କଣ ପଦକ୍ଷେପ ନିଆଯାଇଛି । ଏହାର ଜବାବରେ ମାନ୍ୟବର କ୍ରିଡା ଓ ଯୁବସେବା ରାଷ୍ଟ୍ରମନ୍ତ୍ରୀ କହିଲେ ଆସନ୍ତା ୨୦୨୦ ଡିସେମ୍ବର ସୁଦ୍ଧା ବ୍ରହ୍ମପୁର ଷ୍ଟାଡିୟମର ସମ୍ପ୍ରସାରଣ କାର୍ଯ୍ୟ ସମ୍ପୂଣ୍ଣ କରିବା ପାଇଁ ଧାର୍ଯ୍ୟ ହୋଇଛି ଓ ୨ୟ କ୍ରିଡା ସଫ୍ଟସ କମ୍ପ୍ଲେକ୍ସ ନିମନ୍ତେ ଆବଶ୍ୟକ ସ୍ଥାନ ନିରୂପଣ ଓ ଜମି ଅଧିଗ୍ରହଣ ପ୍ରକ୍ରିୟା ଚାଲୁରହିଥିବା କହିଛନ୍ତି ମାନ୍ୟବର କ୍ରିଡା ଓ ଯୁବସେବା ରାଷ୍ଟ୍ରମନ୍ତ୍ରୀ । ବିଧାୟକ ବିକ୍ରମ କୁମାର ପଣ୍ଡାଙ୍କ ଏହି ପଦକ୍ଷେପକୁ ସହର ବାସୀଙ୍କ ସମେତ ବହୁ କ୍ରିଡାବୀତ ସ୍ବାଗତ କରିବା ସହ ଆଗାମୀ ଦିନରେ ପ୍ରିୟ ଯୁବ ବିଧାୟକଙ୍କ ପ୍ରଚେଷ୍ଟା ଫଳରେ ସହରର ଆହୁରି ଅନେକ ବିକାଶ ମୂଳକ କାର୍ଯ୍ୟ ସମ୍ବବ ହୋଇପାରିବ ବୋଲି ସହର ବାସୀଙ୍କ ଆଶା ଓ ବିଶ୍ଵାସ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ