ବିିଧାୟକ ଅତନୁ ସବ୍ୟସାଚୀଙ୍କ ଆଶୁ ଆରୋଗ୍ୟ କାମନା କରି ସମୁହ ଦୀପଦାନ
କେନ୍ଦ୍ରାପଡା,(ଚିତ୍ତରଞ୍ଜନ ଦାସ): କେନ୍ଦ୍ରାପଡା ଜିଲ୍ଲା ଯୁବ ସେବା ମଂଚ ପକ୍ଷରୁ ମଂଚର ପ୍ରତିଷ୍ଠାତା ସଂପାଦକ ଗୋପାଳ ଚରଣ ମହାପାତ୍ରଙ୍କ ନେତୃତ୍ୱରେ ପୂର୍ବତନ କାଉନସିଲର ହିରଣ୍ୟ କୁମାର ପଣ୍ଡାଙ୍କ ପୌରହିତ୍ୟରେ କେନ୍ଦ୍ରାପଡା ସହରର କଚେରୀ ରୋଡସ୍ଥିତ ବଡ ହନୁମାନଙ୍କ ଠାରେ ମଂଚ ପକ୍ଷରୁ ପୂର୍ବତନ ମନ୍ତ୍ରୀ ତଥା ମହାକାଳପଡା ବିଧାୟକ ଅତନୁ ସବ୍ୟସାଚୀ ନାୟକଙ୍କ ଆଶୁ ଆରୋଗ୍ୟ କାମନା କରାଯାଇ ସମୂହ ଦୀପଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଆଇନଜୀବି ସଂଜୟ କୁମାର ଜେନା, ଦିଲ୍ଲୀପ କୁମାର ଜେନା, ଲଲିତେନ୍ଦୁ ପଣ୍ଡା, ଶିକ୍ଷକ ନିରଞ୍ଜନ ମଲ୍ଲିକ, ଯୁବନେତା ଭୀମସେନ ବେହେରା, ବିଜୟ କୁମାର ମଣ୍ଡଳ, ମାନସ କୁମାର ସାହୁ , ସୁବାସ ସାହୁ, ରମେଶ ବାରିକ, ଦୀନବନ୍ଧୁ ସିଂ, ରାମଚନ୍ଦ୍ର ସେଠୀ, ସଚିନ୍ଦ୍ର ପ୍ରସାଦ ସିଂହ, ରମେଶ ଥାଟୋଇ, ସେକ ହୀରା ପ୍ରମୁଖ ଉପସ୍ଥିତ ରହି ଦୀପଦାନ କରିବା ସହ ବିଧାୟକ ଶ୍ରୀ ନାୟକଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ ।


