ବିିଶ୍ୱ ଜୈବ ଇନ୍ଧନ ଦିବସର ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ
ଭୁବନେଶ୍ୱର, , (ଯୁଗାବ୍ଦ ନ୍ୟୁଜ): – ଇଥାନଲ, କମ୍ପ୍ରେସଡ୍ ବାୟୋଗ୍ୟାସ୍ ଏବଂ ବାୟୋଡିଜେଲ୍ ଦେଶର ତୈଳ ଆମଦାନୀ ନିର୍ଭରଶୀଳତାକୁ ହ୍ରାସ କରିବାରେ ସାହାଯ୍ୟ କରିବ ବୋଲି ଶନିବାର ନୂଆଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନ ଠାରେ ବିଶ୍ୱ ଜୈବ ଇନ୍ଧନ ଦିବସର ଉଦଘାଟନ କରିବା ଅବସରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଦେଶର ଆମଦାନୀ ନିର୍ଭରଶୀଳତାକୁ ହ୍ରାସ କରିବା ଏବଂ ଭାରତରେ ସ୍ଥାୟୀ ଉର୍ଜା ଭବିଷ୍ୟକୁ ସୁନିଶ୍ଚିତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଦୃଷ୍ଟିକୋଣ ରହିଛି। ସୁଚନାଯୋଗ୍ୟ, ୨୦୨୨ ସୁଦ୍ଧା ତୈଳ ପଦାର୍ଥରେ ଆମଦାନୀ ନିର୍ଭରଶୀଳତାକୁ ହ୍ରାସ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରାଳୟକୁ ଲକ୍ଷ୍ୟ ଦେଇଥିବା ବେଳେ ଉତ୍ପାଦନକୁ ବୃଦ୍ଧି କରିବା, ଉର୍ଜା ଦକ୍ଷତାରେ ସୁଧାର, ସଂରକ୍ଷଣ ଓ ବିକଳ୍ପ ଇନ୍ଧନକୁ ପ୍ରୋତ୍ସାହନ ମାଧ୍ୟମରେ ଏହାକୁ ହାସଲ କରାଯାଇପାରିବ । ସରକାର ଉର୍ଜାର ବୈକଳ୍ପିକ ସ୍ରୋତକୁ ବିସ୍ତୃତ ପରିପ୍ରକ୍ଷୀରେ ପ୍ରୋତ୍ସାହନ ଦେଉଛନ୍ତି । ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରାଳୟ ଚାରି ସ୍ତରୀୟ ଯଥା ଇଥାନଲ, ୨ଜି ଇଥାନଲ୍, ସିବିଜି ଏବଂ ବାୟୋଡିଜେଲ୍ ଉପରେ କାର୍ୟ୍ୟ କରୁଛି ।


