ବି ଇ ଓ ଙ୍କୁ ବିଦାୟ କାଳିନ ସମ୍ବର୍ଦ୍ଧନା
ମୋହନା, (ଅଂଶୁମାନ ପଣ୍ଡା):ଗଜପତି ଜ଼ିଲ୍ଲା ମୋହନା ରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାବେ କାର୍ଯ୍ୟରତ (ବି ଇ ଓ) ଦେବଦାସ ତାମରାପୁ ଙ୍କୁ ବୁଧୁବାର ବିଦାୟ କାଳିନ ସମ୍ବର୍ଦ୍ଧନା ଦିଆଯାଇଛି l ମୋହନା ବ୍ଲକ ଶିକ୍ଷାଅଧିକାରୀ ଭାବେ ସେ ୨୩ ଡିସେମ୍ବର ୨୦୨୧ରେ କାର୍ଯ୍ୟ ରେ ଯୋଗ ଦେବା ସହ ବ୍ଲକ ଅଞ୍ଚଳ ରେ ଶିକ୍ଷାକ୍ଷେତ୍ର ରେ ଅନେକ ପରିବର୍ତ୍ତନ ଆଣିଥିଲେ l ବିଭିନ୍ନ ସମୟରେ ବିଦ୍ୟାଳୟ ଗୁଡିକ ପରିଦର୍ଶନ କରିବା ସହ ସମସ୍ୟା ଗୁଡିକ ର ସମାଧାନ କରୁଥିଲେ l ତାମରାପୁ ଙ୍କ ସରକାରୀ କାର୍ଯ୍ୟକାଳ ୩୧ ମେ ୨୦୨୩ ରେ ଶେଷ ହୋଇଛି l ଏଥି ଉପଲକ୍ଷେ ବି ଇ ଓ କାର୍ଯ୍ୟାଳୟ ଠାରେ ତାଙ୍କୁ ବିଦାୟ କାଳିନ ସମ୍ବର୍ଦ୍ଧନା ଦିଆଯାଇଛି l ଏହି କାର୍ଯ୍ୟକ୍ରମ ରେ ବି ଇ ଓ କାର୍ଯ୍ୟାଳୟ କର୍ମଚାରୀ, ସି. ଆର୍. ସି. ସି ମାନେ ଉପସ୍ଥିତ ଥିଲେ l