ବି.ଏସ୍‌.ଏନ୍‌.ଏଲ ଏସ୍‌.ସି. ଏସ୍‌.ଟି କର୍ମଚାରୀ କଲ୍ୟାଣ ସଂଘର ସାଧାରଣ ଅଧିବେଶନ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :ସ୍ୱୀକୃତିପ୍ରାପ୍ତ ବି.ଏସ୍‌.ଏନ୍‌.ଏଲ୍ ଏସ୍‌.ସି./ଏସ୍‌.ଟି କର୍ମଚାରୀ କଲ୍ୟାଣ ସଂଘର ପଞ୍ଚମ ଓଡ଼ିଶା ମଣ୍ଡଳ ସମ୍ମିଳନୀ ଓ ସାଧାରଣ ଅଧିବେଶନ  ବାଣୀବିହାର ଆଞ୍ଚଳିକ ଦୂରସଞ୍ଚାର ପ୍ରଶିକ୍ଷଣ କେନ୍ଦ୍ରର ସମ୍ମିଳନୀ କକ୍ଷରେ ଭଗବାନ ବୁଦ୍ଧ ଓ ସମ୍ବିଧାନ ପ୍ରଣେତା ଡଃ ଭୀମରାଓ ଆମ୍ବେଦକରଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଡ଼ଃ ୟୁ.ଏସ୍‌. ପଣ୍ଡା, ମୁଖ୍ୟ ମହାପ୍ରବନ୍ଧକ, ଓଡ଼ିଶା ଦୂରସଞ୍ଚାର ମଣ୍ଡଳ, ଭାରତ ସଞ୍ଚାର ନିଗମ ଲିମିଟେଡ଼, ମୁଖ୍ୟବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ରବି ଦାସ, ସମ୍ମାନନୀୟ ଅତିଥି ଭାବରେ ଏନ୍‌.ଡ଼ି. ରାମ, ସର୍ବଭାରତୀୟ ସାଧାରଣ ସମ୍ପାଦକ, ଦିଲ୍ଲୀ, ଲକ୍ଷ୍ମଣ ମଲ୍ଲିକ, ମୁଖ୍ୟ ପୃଷ୍ଠପୋଷକ, ଧୀରେନ ପରିଡ଼ା, ସର୍କଲ ସମ୍ପାଦକ, ସର୍ବଭାରତୀୟ ଡିଗ୍ରୀଧାରୀ ଇଞ୍ଜିନୟର ଦୂରସଞ୍ଚାର ସଂଘ, ଓଡ଼ିଶା ପ୍ରମୁଖ ଯୋଗ ଦେଇଥିଲେ । ଏହି ସମ୍ମିଳନୀରେ ଦଳିତ, ଆଦିବାସୀ, ଗରିବ ଓ ଅସହାୟମାନଙ୍କ ଲାଗି ଥିବା ସାମ୍ବିଧାନିକ ବ୍ୟବସ୍ଥା ଓ ତାହାର କାର୍ଯ୍ୟକାରିତା ବିଷୟରେ ଓ ଭାରତ ସଞ୍ଚାର ନିଗମର ସ୍ଥିତି ଓ ଉନ୍ନତି ତଥା କର୍ମଚାରୀମାନଙ୍କ ସ୍ୱାର୍ଥ ଓ ସେବା ଯୋଗାଇ ଦେବା ବିଷୟରେ ବକ୍ତାମାନେ ବିସ୍ତୃତ ଆଲୋଚନା କରିଥିଲେ । ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ପ୍ରତିନିଧିମାନେ ଯୋଗ ଦେଇ ଅଧିବେଶନଟିକୁ ସଫଳ କରାଇଥିଲେ । ଅପରାହ୍ନ ଅଧିବେଶନରେ ସାଙ୍ଗଠନିକ ଆଲୋଚନା ସହିତ ଆଗାମୀ ବର୍ଷ ପାଇଁ ନୂତନ କର୍ମକର୍ତ୍ତା ଭାବେ ସର୍କଲ ସଭାପତି ସନ୍ତୋଷ କୁମାର ସେଠୀ, ସର୍କଲ ସମ୍ପାଦକ ପୁରୁଷୋତ୍ତମ ମାଝୀ, ଅର୍ଥ ସମ୍ପାଦକ ପି.ସି. ଦାସ ଓ ମୁଖ୍ୟ ପୃଷ୍ଠପୋଷକ ଲକ୍ଷ୍ମଣ ମଲ୍ଲିକ, ପ୍ରମୁଖ ଉପଦେଷ୍ଟା ଅଚ୍ୟୁତାନନ୍ଦ ନାୟକ, ଉପଦେଷ୍ଟା ଭାବେ ଶ୍ରୀପତୀ ନାୟକ, ମନମୋହନ ଚୌଧୁରୀ, ହରିହର ସେଠୀ ସମୀକ୍ଷକ ଭାବେ ସର୍ବସମ୍ମତିକ୍ରମେ ନିର୍ବାଚିତ ହୋଇଥିଲେ । ସର୍କଲ ଲିଆସନ୍ ଅଫିସର ତପସ୍ୱୀ ବେହେରା ନିର୍ବାଚନ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ