ବି କରଡ଼ାବାଡି ସରପଞ୍ଚ ଉପନିର୍ବାଚନ, ୫ ଜଣଙ୍କ ପ୍ରାର୍ଥୀପତ୍ର ଦାଖଲ
ବୁଗୁଡା ( ଅନିଲ କୁମାର ମହାରଣା) ବୁଗୁଡା ବ୍ଲକ ଅନ୍ତର୍ଗତ ବି.କରଡ଼ାବାଡ଼ି ପଞ୍ଚାୟତ ସରପଞ୍ଚ ପଦବୀ ପାଇଁ ଉପନିର୍ବାଚନ ଆସନ୍ତା ମାର୍ଚ୍ଚ ୨୦ ତାରିଖରେ ହେବାକୁ ଥିବା ବେଳେ ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ ଫେବୃୟାରୀ ୨୪ ତାରିଖ ସୁଦ୍ଧା ୫ ଜଣ ପ୍ରାର୍ଥୀ ନିର୍ବାଚନ ଅଧିକାରୀ ତଥା ବୁଗୁଡା ବିଡ଼ିଓ ତନ୍ମୟ ପାତ୍ରଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରିଥିବା ଜଣା ପଡ଼ିଛି। ନାମାଙ୍କନ ପତ୍ର ଦାଖଲ କରିଥିବା ୫ ଜଣଙ୍କ ପ୍ରାର୍ଥୀଙ୍କ ନାମ ହେଲା ନିତ୍ୟାନନ୍ଦ ପ୍ରଧାନ, ଡ଼ି.ସତ୍ୟନାରାୟଣ ଆଚାରୀ, ପ୍ରଫୁଲ କୁମାର ମହାପାତ୍ର,ରାଜେନ୍ଦ୍ର କିଶୋର ନାୟକ, ଓ କାହ୍ନୁ ଚରଣ ଦାସ। ଫେବୃୟାରୀ ୨୫ ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ,୨୬ ତାରିଖରେ ତାଲିକା ପ୍ରକାଶ,୨୮ ତାରିଖରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ଓ ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ। ଆବଶ୍ୟକ ହେଲେ ଆସନ୍ତା ମାର୍ଚ୍ଚ ୨୦ ତାରିଖରେ ନିର୍ବାଚନ ହେବାସହ ୨୧ ତାରିଖରେ ସରପଞ୍ଚ ନିର୍ବାଚନ ଫଳାଫଳ ଘୋଷଣା ହେବ।