ବି.କେ. ଚାରୁ ଓ କାରୁକଳା ମହାବିଦ୍ୟାଳୟରେ ଚିତ୍ରକଳା ପ୍ରଦର୍ଶନୀ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ବିଭୂତି କାନୁନଗୋ ଚାରୁ ଓ କାରୁକଳା ମହାବିଦ୍ୟାଳୟର ଇଣ୍ଡିଆନ ଷ୍ଟାଇଲ ପେଂଟିଂ ବିଭାଗ ଦ୍ୱାରା ଏକ ଚିତ୍ରକଳା ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ପ୍ରଦର୍ଶନୀର ଉଦ୍ଦଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଶ୍ରୀ ରଞ୍ଜନ କୁମାର ଦାସ, ଆଇଏଏସ୍ ଉଦ୍ଦଘାଟନ କରିଥିଲେ । ଏହା ସହିତ ଓଡ଼ିଶାର ବିଶିଷ୍ଟ ପ୍ରଚ୍ଛଦପଟ କଣ୍ଠଶିଳ୍ପୀ ଶ୍ରୀଯୁକ୍ତ ପ୍ରଣବ ପଟ୍ଟନାୟକ ଉକ୍ତ ଉତ୍ସବରେ ସ୍ୱତନ୍ତ୍ର ଅତିଥି ଭାବେ ଯୋଗ ଦେଇଥିଲେ । ବି.କେ ଚାରୁ ଓ କାରୁକଳା ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ଗଜେନ୍ଦ୍ର କୁମାର ପାଢ଼ୀ ଉକ୍ତ ଉଦ୍ଦଘାଟନ ଉତ୍ସବକୁ ପୈରହିତ୍ୱ କରିଥିଲେ । ପ୍ରକାଶ ଥାଉକି ଇଣ୍ଡିଆନ ଷ୍ଟାଇଲ ବିଭାଗର ୨୧ ଜଣ ଉଚ୍ଚ କୋଟୀର ଯୁବ ଚିତ୍ରଶିଳ୍ପୀ ଯଥା – ଲାୟୁ ମାଝୀ, ଚିତରଞ୍ଜନ ମହାନ୍ତି, ସ୍ୱୀଟି ଦାସ, ପ୍ରତୀଜ୍ଞା ମହାନ୍ତି, ଯାଜ୍ଞସେନୀ ମହାପାତ୍ର, ଏକ୍ତା ମହାପାତ୍ର, କୈଳାସ ରାଜୁ, ଫିରୋଜ ପଟେଲ, ମେହଫୁଜା କୈସର, ଜ୍ୟୋତିରଞ୍ଜନ ଜେନା, ଆଶୁତୋଷ ଜେନା, ଆଶୁତୋଷ ସ୍ୱାଇଁ, ମାର୍କଣ୍ଡ ସାଗର, ରାଧାଶ୍ୟାମ ଗିରି, ଜ୍ଞାନରଞ୍ଜନ ଜେନା, ସୁମନ ଗୈଡା, କ୍ରୀଷ୍ଣା ବଳିଆରସିଂ, ଜୟ ସ୍ମିତା ମହାଳିକ, ଭାଗ୍ୟଶ୍ରୀ ସ୍ୱାଇଁ, ସଙ୍ଗୀତା ସ୍ୱାଇଁ, ଦିନେସ ମାଝୀ ୨୧ ଗାଟି ଚିତ୍ର ଉକ୍ତ ପ୍ରଦର୍ଶନୀରେ ଉପସ୍ଥାପନା କରିଥିଲେ । ସାମାଜିକ ପରିସ୍ଥିତି, ଭାରତୀୟ ସଂସ୍କୃତି, ପରମ୍ପରା, ସମସାମୟିକ ଧାରା ଉପରେ ସମସ୍ତ ଚିତ୍ର ଆଧାରିତ ହୋଇଥିଲା । ଉକ୍ତ ଚିତ୍ର ପ୍ରଦର୍ଶନୀ ଜାନୁୟାରୀ ୧୬ ତାରିଖରୁ ୧୮ ତାରିଖ ୩ ଦିନ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବିଭୂତି କାନୁନଗୋ ଚାରୁ ଓ କାରୁକଳା ମହାବିଦ୍ୟାଳୟର ଏହି ପ୍ରଦର୍ଶନୀରେ ସାଧାରଣ ଜନତା ଓ ବହୁ କଳାପ୍ରେମୀମାନେ ଉପସ୍ଥିତ ଥିଲେ ବୋଲି ପ୍ରଦର୍ଶନୀର ସଂଚାଳକ ତଥା କଳା ଶିକ୍ଷକ ଶ୍ରୀ ମାନସ ରଞ୍ଜନ ଜେନା ସୂଚନା ପ୍ରଦାନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ