ବି.ଜେ.ପି ପକ୍ଷରୁ ପ୍ରସ୍ତୃତି ଓ ମିଶ୍ରଣ କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) : ମୋହନା ବ୍ଲକ୍ ଅନ୍ତର୍ଗତ ମାଣିକପୁରୁ ହନୁମାନ ମନ୍ଦିର ଠାରେ ଆଗାମୀ ପଞ୍ଚାୟତ ନିର୍ବାଚନ ସକାଶେ ବିଜେପି ପକ୍ଷରୁ ପ୍ରସୂତି ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ୩ ଟି ଜୋନଂ ଚନ୍ଦ୍ରଗିରି ସଭାପତି ରଜନୀକାନ୍ଥ ପ୍ରଧାନି, ମୋହନା ସତ୍ୟ ଦଣ୍ଡ ସେନା, ଅଡବା, କୁଳଚନ୍ଦ୍ର ମଲ୍ଲିକ,ଜିଲ୍ଲା ପ୍ରଭାରୀ ସରୋଜ ସାବତ,କୃଷକ ମୋର୍ଛା ରାଜ୍ୟ ସଂଯୋଜକ ମଧୁସୂଦନ ସାହୁ ରାଜ୍ୟ ସଦସ୍ୟ ବାପୁନ୍ ଶୁଆର, ଜିଲ୍ଲା ସାଧାରଣ ସମ୍ପାଦକ ଦିବାକର ପ୍ରଧାନୀ, କାମଦେବ ବଡ଼ ନାୟକ, ସାଧାରଣ ସମ୍ପାଦକ ସୁଦର୍ଶନ ପାଇକ, ପ୍ରଭାତ ପାତ୍ର, ମିକୁ ମାଝୀ, ମଧୁନାୟକ ପ୍ରମୁଖଙ୍କ ଉପସ୍ଥିତରେ ବିଜେପିରେ ଯୋଗଦାନ କରିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମକୁ ଅଭିମନ୍ୟୁ ଦଳେଇ ଓ ଦଳର ସମସ୍ତ କର୍ମକର୍ତାଙ୍କ ଉପସ୍ତିତରେ କାର୍ଯ୍ୟକ୍ରମଟି ପରିଚାଳନା ହୋଇଥିଲା ।


