ବି ଜେ ପି ପକ୍ଷରୁ ସହାୟତା

ବ୍ରହ୍ମପୁର, (ରାଜେଶ କୁମାର ପଟ୍ଟନାୟକ):ଶନିବାର ଦିନ ଗଞ୍ଜାମ ଜିଲ୍ଲା ର ପ୍ରାଣ କେନ୍ଦ୍ର ବ୍ରହ୍ମପୁର ଠାରୁ ସୁରଥ ଅଭିମୁଖେ ଶ୍ରମିକ ସ୍ପେଶାଲ୍ ଟ୍ରେନ୍ ଆରମ୍ଭ ହୋଇଛି । ସୂଚନା ଯୋଗ୍ୟ ଯେ କିଛି ମାସ ତଳେ କୋରନା ର ଭୟାଭୟତା ଯୋଗୁଁ ଗଞ୍ଜାମ ଜିଲ୍ଲା କୁ ଲକ୍ଷ ଲକ୍ଷ ଶ୍ରମିକ ନିଜ ଭିଟା ମାଟି କୁ ଫେରି ଥିଲେ । କିନ୍ତୁ କିଛି ଦିନ ର ବ୍ୟବଧାନ ରେ ରାଜ୍ୟ ସରକାର ଙ୍କ ଅପାରଗତା ଯୋଗୁଁ ନିଜ ନିଜ ପେଟ ପାଟଣା ପାଇଁ ପୁଣି ଥରେ କର୍ମକ୍ଷେତ୍ର କୁ ଫେରିବା ଆରମ୍ଭ କରିଛନ୍ତି । ଏହି ସମୟରେ ଦୁଇଦିନ ତଳେ ଶ୍ରମିକ ମାନଙ୍କୁ ନେଇ ଯାଉଥିବା ଏକ ବସ୍ ଦୁର୍ଘଟଣା ଗ୍ରସ୍ଥ ହୋଇଥିଲା । ଏଥିରେ ବହୁ ଲୋକ ମୃତାହତ ହୋଇଥିଲେ । ଏହାକୁ ଦୃଷ୍ଟିରେ ରଖି ଓଡିଶା ମାଟିର ସୁଯୋଗ୍ୟ ସନ୍ତାନ କେନ୍ଦ୍ର ମନ୍ତ୍ରୀ ଶ୍ରୀଯୁକ୍ତ ଧମେନ୍ଦ୍ର ପ୍ରଧାନ ସଙ୍ଗେ ସଙ୍ଗେ କେନ୍ଦ୍ର ରେଳ ମନ୍ତ୍ରୀ ପିୟୁଷ ଗୋଏଲ୍ ଙ୍କୁ ଶ୍ରମିକ ସ୍ପେଶାଲ ଟ୍ରେନ୍ ଚାଲୁ କରିବା ପାଇଁ ଅନୁରୋଧ କରିଥଲେ । ଏହି ଅନୁରୋଧ କୁ ରକ୍ଷା କରି ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ଙ୍କ ନିର୍ଦ୍ଧେଶ କ୍ରମେ କେନ୍ଦ୍ର ରେଳ ମନ୍ତ୍ରୀ ଏହି ଚାଲୁ କରିବାକୁ ଅନୁମତି ଦେଇଥିଲେ ।ସେଥି ପାଇଁ ଗଞ୍ଜାମ ଜିଲ୍ଲା ଭା.ଜ.ପା ପ୍ରଧାନମନ୍ତ୍ରୀ ଙ୍କ ସମେତ ରେଳ ମନ୍ତ୍ରୀ ଓ ଓଡିଶା ମାଟି ର ବରପୁତ୍ର ଧର୍ମେନ୍ଦ୍ର ପ୍ରଧାନ ଙ୍କୁ କୃତଜ୍ଞତା ଜଣାଇବା ସହ ଓଡିଶା ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଞ୍ଜାମ ଜିଲ୍ଲା ବାସୀ ଙ୍କୁ ଘୋର ପ୍ରତାରିତ କରିଛନ୍ତି ବୋଲି ଏଥିରୁ ସ୍ପଷ୍ଠ ପ୍ରମାଣିତ ବୋଲି ମନ୍ତବ୍ୟକ୍ତ କରିଥିଲା । ଏହି ପରିପ୍ରେକ୍ଷୀ ରେ ଆଜି ରାତ୍ର ୮ ଘଟିକା ସମୟରେ ଏକ ଟ୍ରେନ୍ ଶ୍ରମିକ ମାନଙ୍କୁ ନେଇ ଖୋର୍ଦ୍ଧା ଠାରୁ ସୁରଥ ଅଭିମୂଖେ ଯାତ୍ରା ଆରମ୍ଭ କରିଛି । ଏହି ଟ୍ରେନ୍ କୁ ସ୍ୱାଗତ କରିବା ନିମନ୍ତେ ଭାରତୀୟ ଜନତା ପାର୍ଟି ର ପୂର୍ବତନ ଗଞ୍ଜାମ ଜିଲ୍ଲା ସଭାପତି ଶ୍ରୀ କାହ୍ନୁ ଚରଣ ପତି ଓ ଘୁମୁସୁର ଜିଲ୍ଲା ସଭାପତି ଗୋକୁଳାନନ୍ଦ ମଲ୍ଲିକ ,ରଞ୍ଜନ ପଲେଇ ,ବିଜୟ ସ୍ୱାଇଁ . ସୂର୍ଯ୍ୟ ନାରାୟଣ ଦାସ , ନିଳମଣୀ ବିଷୋଈ ଙ୍କ ନେତୃତ୍ୱ ରେ ତଥା ଗଞ୍ଜାମ ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ଶ୍ରୀ ସିଦ୍ଧାନ୍ତ ଗଙ୍ଗଦେବ ଙ୍କ ପ୍ରତ୍ୟକ୍ଷତ୍ତତତ୍ୱାବଧାନ ରେ ଏକ ଟିମ୍ ବ୍ରହ୍ମପୁର ରେଳ ଷ୍ଟେସନ ରେ ପହଂଚି ଥିଲେ । ଶ୍ରମିକ ମାନଙ୍କୁ ପାଣି ବୋତଲ ,ବିଷ୍କୁଟ ,ମାସ୍କ ପ୍ରଦାନ କରାଯାଇଥିଲା । ଶ୍ରମିକ ମାନଙ୍କୁ ସାମାଜିକ ଦୂରତ୍ୱ ମାନି ଯାତାୟତ କରିବାକୁ ଅନୁରୋଧ କରାଯାଇଥିଲା । ଯାତ୍ରା ସମୟରେ ଶ୍ରମିକ ମଧ୍ୟରେ ଅହେତୁକ ଖୁସୀ ପରିଲକ୍ଷିତ ହୋଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ , ପ୍ରଭାକର ପଣ୍ଡା ,ପ୍ରମୋଦ ପଣ୍ଡା, ପ୍ରଭାତ କିରନ୍ ଷଢଙ୍ଗୀ , ଶିବ ଶଙ୍କର ଶତପଥୀ , ଏନ୍ ରାଜେନ୍ଦ୍ର କୁମାର, ଏସ୍ ରାଣୀ , କିରନ୍ କୁମାର ସାହୁ , ଶିବ ପ୍ରସାଦ ପାତ୍ର , ସନ୍ତୋଷ ପାତ୍ର , ପ୍ରଣୟ ମହାପାତ୍ର , ପ୍ରଦୀପ ମିଶ୍ର ,ମଧୂ ସୁଦନ ସାହୁ ପ୍ରମୂଖ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ