ବି.ଡକେବାଡ଼ିରେ ଜ୍ୱର ଆତଙ୍କ: ପହଂଚିଲେ ଡାକ୍ତରୀ ଦଳ

ବାଲିଗୁଡା (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ପଞ୍ଚାୟତ ବି.ଡକେବାଡ଼ି ଗ୍ରମାରେ ଗତ କିଛିଦିନ ହେଲା ଜ୍ୱର ଆତଙ୍କ ଦେଖାଦେଇଛି। ପ୍ରାୟ ୨୦ରୁ ଉର୍ଦ୍ଧ୍ୱ ଜ୍ୱରରେ ଆକ୍ରାନ୍ତ ହେବାପରେ  ଦାରିଙ୍ଗବାଡ଼ି ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରରୁ ଏକ ଡାକ୍ତରୀ ଟିମ୍‌ ଗାଁରେ ପହଂଚି ଜ୍ୱରରେ ପୀଡିତ ବ୍ୟକ୍ତିଙ୍କ ରକ୍ତ ନମୂନା ପରୀକ୍ଷା କରିବା ସହ ଓୌଷଧ ବଣ୍ଟନ କରାଯାଇଥିଲା। ଅଞ୍ଚଳବାସୀ ବ୍ୟବହାର କରୁଥିବା କୂଅ ପାଣିଯୋଗୁ ଏପରି ହୋଇଥିବା ଡାକ୍ତର ପ୍ରତିଷ ଉଦ୍‌ଗାତ କହିଛନ୍ତି। ଉକ୍ତ ପାଣିକୁ ବିଶୋଧନ କରାଯିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ଏବେ ଉକ୍ତ ଗ୍ରାମର ପ୍ରେମିକା ହଁସଦା, ସୁନାବାର ମଲ୍ଲିକ, ନୀଳାମ୍ବର ପ୍ରଧାନ, ବଂଶୀଧର ମଲ୍ଲିକ, ତ୍ରିନେତ୍ର ମଲ୍ଲିକ, ସୁଶୀଳ ମଲ୍ଲିକ, ନଁଜୁତା ପ୍ରଧାନ, ତନ୍ମୟ ପ୍ରଧାନ ପ୍ରମୁଖ ଜ୍ୱରରେ ଆକ୍ରାନ୍ତ ହୋଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ