ବି.ଡି.ଓ.ଙ୍କୁ ଗାଁ ସାଥି ସଂଘ ପକ୍ଷରୁ ୪ ଦଫା ଦାବିପତ୍ର ପ୍ରଦାନ

ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ):ଯଶିପୁର ବ୍ଲକ ଅନ୍ତର୍ଗତ ଗାଁ ସାଥି (ମେଟ) ସଂଘ ପକ୍ଷରୁ ଏନ.ଆର. ଇ.ଜି.ଏସ. କାମରେ କାର୍ଯ୍ୟାଦେଶ ଦେବା ନିମନ୍ତେ ଯଶିପୁର ବି.ଡି.ଓ.ଙ୍କୁ ଏକ ଦାବିପତ୍ର ଦିଆଯାଇଛି I ମୟୁରଭଞ୍ଜ ଜିଲ୍ଲା ପି.ଡି.ଡି.ଆର.ଡି.ଏ. ଚିଠି ନଂ. ୧୮୬/୧୧.୧.୨୦୧୧ କୁ ଆଧାର କରି ସମ୍ପୂର୍ଣ୍ଣ ନିର୍ଭୁଲ ଭାବେ ଗାଁ ସାଥି ଓ ମେଟ ମାନଙ୍କର ତଥ୍ୟ ପ୍ରଦାନ କରିବା, ସମସ୍ତ ଲାଇନ ଡିପାର୍ଟମେଣ୍ଟରେ ଗାଁ ସାଥି(ମେଟ) ମାନଙ୍କୁ ଏନ.ଆର. ଇ.ଜି.ଏସ କାର୍ଯ୍ୟର ତଦାରଖ ଦାୟିତ୍ୱ ପ୍ରଦାନ କରିବା, ରାଜ୍ୟ ସରକାରଙ୍କ ଚିଠି ନଂ. ୯୪୦/୧୧.୧.୨୦୧୯, ଯଶିପୁର ବ୍ଲକ ପ୍ରଶାସନର ମେମୋ ନଂ.୮୮/୧୫.୧.୨୦୧୯ କୁ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକାରୀ କରିବା, ବର୍ଷସାରା ୧୦୦ ଦିନ ବଦଳରେ ୨୦୦ ଦିନ କାର୍ଯ୍ୟ ପ୍ରଦାନ କରିବା ଆଦି ୪ ଦଫା ଦାବୀ ସମ୍ବଳିତ ଦାବୀପତ୍ର ପ୍ରଦାନ କରାଯାଇଛି କରାଯାଇଛି I ବି.ଡି.ଓ. ହୃଦାନନ୍ଦ ଓଢା ଦାବିପତ୍ରକୁ ଅନୁଧ୍ୟାନ କରି ପଦକ୍ଷେପ ନେବେବୋଲି ଗାଁ ସାଥି ମାନଙ୍କୁ ପ୍ରତିଶୃତି ଦେଇଛନ୍ତି I ଏହି କାର୍ଯ୍ୟକ୍ରମରେ ସଂଘର ଯଶିପୁର ବ୍ଲକ ସଂଯୋଜକ ନିରଞ୍ଜନ ମହାନ୍ତ, ବ୍ଲକ ସମ୍ପାଦକ ଦୀନବନ୍ଧୁ ମହାନ୍ତ, ସଭାପତି ରମେଶ ଚନ୍ଦ୍ର ନାଏକ, ସବିତା ମହାନ୍ତ, ଲିନା ନାଏକ, ସୁକୁମତୀ ବିରୁଆ, ମାଳତୀ ହେମ୍ବ୍ରମ,ସୁନୀଲ ଜଙ୍କ, ସନ୍ତୋଷ କୁମାର ଆଲଦI , ଦିବାକର ନାଏକ, ବାଉରୀବନ୍ଧୁ ନାଏକ, ରଥ ନାଏକ, ରମେଶ ନାଏକ, ସୋମନାଥ ହେମ୍ବ୍ରମ, ବସନ୍ତ ମହାନ୍ତ, ବିକ୍ରମ ହୋନIଗା, ମୂଚିରାମ ଟୁଡୁ, ସରସ୍ବତୀ କାଲୁଣ୍ଡିଆ, ସୁକୁମତୀ ବିରୁଆ, ଲଳିତା ତିରିଆ, ମହେନ୍ଦ୍ରନାଥ କିସ୍କୁ ପ୍ରମୁଖଙ୍କ ସମେତ ବହୁ ଗାଁ ସାଥି ଉପସ୍ଥିତ ଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ