ବି.ଡି.ପୁର କଲେଜରେ ଜାତୀୟ ପାଠଚକ୍ର ଅନୁଷ୍ଠିତ

ଜଗନ୍ନାଥ ପ୍ରସାଦ,(ନିରାକାର ସାହୁ): ତେନ୍ତୁଳିଆ ଶାସନ ଦେବସ୍ଥାନ ମହାବିଦ୍ୟାଳୟ ର ଇତିହାସ ବିଭାଗ ଦ୍ବାରା ଆୟୋଜିତ ଏବଂ ଭାରତୀୟ ଇତିହାସ ଗବେଷଣା ପରିଷଦ ପ୍ରାୟୋଜିତ “ଓଡ଼ିଶାର ଜନଜାତି ଓ ଆଦିବାସୀ ମାନଙ୍କ ସାମାଜିକ, ସାଂସ୍କୃତିକ, ଅର୍ଥନୈତିକ ଜୀବନରେ ପରିବର୍ତ୍ତନର ଧାରା” ସଂପର୍କିତ ଜାତୀୟ ପାଠଚକ୍ର ଅଧ୍ୟକ୍ଷ ଚିନଂ ବଦ୍ରି ନାରାୟଣ ପାତ୍ର ଙ୍କ ସଭାପତିତ୍ବରେ ଉଦ୍ ଘାଟିତ ହୋଇଯାଇଛି। ଉକ୍ତ ପାଠଚକ୍ର ରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଇତିହାସ ବିଭାଗର ଅବସରପ୍ରାପ୍ତ ପ୍ରଫେସର ରାମଚନ୍ଦ୍ର ମିଶ୍ର ଯୋଗ ଦେଇ ନକ୍ସଲ ସମସ୍ୟା କିପରି ଆଦିବାସୀଙ୍କ ସାମାଜିକ, ସାଂସ୍କୃତିକ, ଅର୍ଥନୈତିକ ଜୀବନକୁ ପରିବର୍ତ୍ତନ କରୁଛି ତାହା ନିର୍ଭିକ ଭାବରେ ଆଲୋଚନା କରିଥିଲେ। ସେହିପରି ଭାରତୀୟ ଇତିହାସ ଗବେଷଣା ପରିଷଦ ର ସଦସ୍ୟ ପ୍ରଫେସର ହରିହର ପଣ୍ଡା ମୁଖ୍ୟବକ୍ତା ରୂପେ ଯୋଗଦେଇ ଆଦିବାସୀ ମାନଙ୍କ ସାମାଜିକ, ସାଂସ୍କୃତିକ, ଅର୍ଥନୈତିକ ଜୀବନରେ କିଭଳି ପରିବର୍ତ୍ତନର ଧାରା ଦେଖାଯାଇଛି ତାକୁ ବିସ୍ତୃତ ଭାବରେ ନିଜ ଅଭିଭାଷଣରେ ମତବ୍ୟକ୍ତ କରିଥିଲେ। ସେହିପରି ସମ୍ମାନିତ ଅତିଥି ଭାବେ ପ୍ରଫେସର ଭଗବାନ ସାହୁ ଏବଂ ପ୍ରଫେସର ଶ୍ୟାମା ପ୍ରସାଦ ମିଶ୍ର ଯୋଗ ଦେଇ ଆଦିବାସୀ ମାନଙ୍କ ଜୀବନ ସଂପର୍କିତ ବିଭିନ୍ନ ପରିବର୍ତ୍ତନ ର ଧାରା ସଂପର୍କରେ ମତବ୍ୟକ୍ତ କରିଥିଲେ। କାର୍ଯକ୍ରମ ର ସଂଯୋଜକ କ୍ୟାପଟେନ ଦୀପକ୍ କୁମାର ନାୟକ ପାଠଚକ୍ର ର ଲକ୍ଷ୍ୟ, ଆଭିମୁଖ୍ୟ ଓ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲାବେଳେ ବିଭାଗୀୟ ଅଧ୍ୟାପକ ଡ଼ଃ ଯଶୋବନ୍ତ ପାନ୍ ଧନ୍ୟବାଦ ଅର୍ପଣ କରିଥିଲେ।
ଦ୍ବିତୀୟ ଅଧିବେଶନରେ ଓଡ଼ିଶାର ବିଭିନ୍ନ ମହାବିଦ୍ୟାଳୟ ରୁ ପ୍ରାୟ ୫୦ ଜଣ ଅଧ୍ୟାପକ, ଅଧ୍ୟାପିକା ତଥା ପ୍ରବୀଣ ଗବେଷକ,ଗବେଷିକା ଯୋଗଦେଇଥିଲେ।ଡ.ଦାମୋଦର ଷଡ଼ଙ୍ଗୀ,ଡ. ଚିତ୍ତରଞ୍ଜନ ମିଶ୍ର, ଡ.ସନ୍ତୋଷ କୁମାର ଆପଟ,ଡ. ପ୍ରଦୀପ କୁମାର ଦାଶ,ଡ. ପରେଶ୍ବର ସାହୁ,ଡ.ସୁଜିତ୍ କୁମାର ପଣ୍ଡା,ଡ଼.ବ୍ରଜକିଶୋର ପାଢ଼ୀ, ଡ.ଅନାମ ବେହେରା, ସନ୍ତୋଷ ତ୍ରିପାଠୀ,ଡ. ପଣ୍ଡା,ଡ. ଅମରେଶ ସାହୁ, ଛବିତା ରାଉଳ, ରୋଜାଲିନ ଷଡ଼ଙ୍ଗୀ, ମିନତୀ ସ୍ବାଇଁ, ପବିତ୍ର ସ୍ବାଇଁ, ରଶ୍ମିତା ପଟ୍ଟନାୟକ, ସର୍ବଦର୍ଶି ଦାସ , ଅଭିଳାଷ ଦାସ , ଚୁନ୍ ମୁନ୍ ମହାନ୍ତି, ଜୟଶ୍ରୀ ପାତ୍ର, ଶ୍ରବଣ ଗୈାଡ,ମାମିନୀ ଆଚାର୍ଯ୍ୟ,ଡ. ଦାସ, ଡ. ସାବିତ୍ରୀ ସେଠୀ,ସୁକାନ୍ତ କୁମାର ପଣ୍ଡା, ଡ. ନର୍ମଦା ରଥ,ଦିଲ୍ଲିପ ତ୍ରିପାଠୀ ଆଦି ନିଜ ନିଜର ଗବେଷଣା ଧର୍ମୀ ନିବନ୍ଧ ପାଠ କରିଥିଲେ। ଇତ୍ୟବସରରେ ମହାବିଦ୍ୟାଳୟ ଦ୍ବାରା ମୁଖ୍ୟ ଅତିଥି, ମୁଖ୍ୟ ବକ୍ତା ଏବଂ ସମ୍ମାନିତ ଅତିଥି ବୃନ୍ଦ ଙ୍କୁ ଉପଢ଼ୌକନ ଓ ମାନପତ୍ର ଦେଇ ଅଧ୍ୟକ୍ଷ ସମ୍ବର୍ଦ୍ଧିତ କରିଥିଲେ।ପ୍ରକାଶ ଥାଉକି ଉକ୍ତ ପାଠଚକ୍ର ଦୁଇ ଦିନ ଧରି ଚାଲୁରହିବ। ଉକ୍ତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟ ରଯୁବ ରେଡକ୍ରସ୍ , ଜାତୀୟ ସେବା ଯୋଜନା, ଏବଂ ସମର ଶିକ୍ଷାର୍ଥୀ ବାହିନୀ ର ସ୍ବେଛାସେବୀ ବୃନ୍ଦ ଏବଂ ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀମାନେ ଯୋଗ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ