ବି.ଡି.ପୁର ରେ ୨୨୦ ଜଣଙ୍କ କୋରନା ପରୀକ୍ଷା

ଜଗନ୍ନାଥ ପ୍ରସାଦ,(ସନ୍ତୋଷ କୁମାର ଜେନା):ଜଗନ୍ନାଥ ପ୍ରସାଦ ବ୍ଲକ ପ୍ରଶାସନ ତରଫରୁ ବି.ଡି.ପୁର ହାଇସ୍କୁଲ ଠାରେ କୋରନା ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି।୨୨୦ ଜଣଙ୍କ ପରୀକ୍ଷା କରା ଯାଇଥିଲା,ଓ ସମୟ ଅଭାବରୁ ୨୦ ଜଣକ ପରୀକ୍ଷା ହୋଇ ପାରିନଥିଲା।ଗଞ୍ଜାମ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଇଂ.ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ପରୀକ୍ଷା କେନ୍ଦ୍ରରେ ପହଞ୍ଚି ସ୍ଥିତି ର ସମୀକ୍ଷା କରିଥିଲେ।ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର କୁମାର ମିଞ୍ଜ ମଧ୍ୟ କେନ୍ଦ୍ର ରେ ପହଞ୍ଚି ତଦାରଖ କରିବା ସହ ସମସ୍ତ ବ୍ୟବସାୟୀ ମାନେ କୋରନା ପରୀକ୍ଷା କରିବା ପାଇଁ କହିଥିଲେ। ସ୍ୱତନ୍ତ୍ର ଏ.ଡି.ଏମ ବିଶାଳ ସିଂ, ଓ.ଏସ. ଡି ଅଶୋକ କୁମାର ପଣ୍ଡା,ଶାଶ୍ୱତ କୁମାର ପଟ୍ଟନାୟକ, ବି.ଡି.ଓ ସୁରେଶ କୁମାର ପଣ୍ଡା ,ତହସିଲଦାର ବାସୁଦେବ ପାଣ୍ଡେ ଓ ସାଂସଦ ପ୍ରତିନିଧି ବିପ୍ରଚରଣ ବାରିକ କେନ୍ଦ୍ର ରେ ଉପସ୍ଥିତ ରହି ସ୍ଥିତି ପରଖିଥିଲେ।ସରପଞ୍ଚ କୃଷ୍ଣଚନ୍ଦ୍ର ରଥ,ସମିତି ସଭ୍ୟ ଅମୀରକୁମାର ସ୍ୱାଇଁ, ବଣିକ ସଂଘ ସଭାପତି ବଂଶୀଧର ବାରିକ,ପ୍ରଦୀପ ପ୍ରଧାନ,ସରୋଜ ନାୟକ,ପ୍ରଭାତ ବାରିକ,ଚକ୍ରଧର ପାଣିଗ୍ରାହୀ, ପ୍ରିୟ ରଞ୍ଜନ ରଥ,ଦିବାକର ରଥ,ଜିତେନ୍ଦ୍ର ରଥ,ଅଙ୍ଗନବାଡ଼ି କର୍ମୀ, ସ୍ୱାସ୍ଥ୍ୟ କର୍ମୀ, ଆଶା କର୍ମୀ ମାନେ ଶିବିର ରେ ସହାୟତା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ