ବୀଣାପାଣି ନର୍ସରୀ ବିଦ୍ୟାଳୟର ବାର୍ଷିକୋତ୍ସବ
ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ସ୍ଥିତ ବୀଣାପାଣି ନର୍ସରୀ ବିଦ୍ୟାଳୟର ୩୭ ତମ ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଛି।ବିଦ୍ୟାଳୟ ସଭାପତି ତଥା ବରିଷ୍ଠ ଆଇନଜୀବୀ ରସାନନ୍ଦ ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ଦିଗପହଣ୍ଡି ଗୋଷ୍ଠୀ ଶିକ୍ଷାଧିକାରୀ କୋରେଶ ସେଠୀ ମୂଖ୍ଯଅତିଥି, ପାଟପୁର ବିଶ୍ବାସରାୟ ବିଜ୍ଞାନ ମହାବିଦ୍ଯାଳୟର ଅଧ୍ଯାପକ ଡ. କୈଳାସ ଚନ୍ଦ୍ର ସ୍ବାଇଁ ମୂଖ୍ଯବକ୍ତା, ଏନ୍ଏସି ଅଧ୍ଯକ୍ଷ ପ୍ରଫୁଲ୍ଲ ପଣ୍ଡା, ଇସକଫ୍ ଗଞ୍ଜାମ ଜିଲା ସଭାପତି ଆଇନଜୀବି ହରପ୍ରସାଦ ରଥ, ଅବସରପ୍ରାପ୍ତ ଶିକ୍ଷକ ଭାଗୀରଥି ଚୌଧୁରୀ, ହାସ୍ଯାଭିନେତା ଅଜିତ କୁମାର ପଣ୍ଡା, ସମାଜସେବୀ ଦୁର୍ଗା ପ୍ରସାଦ ପାଢ଼ୀ, ସିଆରସିସି ଅନିଲ କୁମାର ଦାଶ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।ପରିଚାଳନା ସମ୍ପାଦକ ବଳରାମ ମହାରଣାଙ୍କ ସଂଯୋଜନାରେ ବିଦ୍ୟାଳୟ ଉପାଧ୍ଯକ୍ଷା ରୀତାଞ୍ଜଳି ମହାରଣା ସ୍ବାଗତ ଭାଷଣ ଦେଇଥିବା ବେଳେ ଅଧ୍ଯକ୍ଷା ବିଷ୍ଣୁପ୍ରିୟା ଦାଶ ବାର୍ଷିକ ବୀବରଣି ପାଠ କରିଥିଲେ। ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାର କୃତି ଶିଶୁ ମାନଙ୍କୁ ପୁରସ୍କୃତ କରାଯାଇଥିଲା।ଶେଷରେ ବିଦ୍ୟାଳୟର ଶିଶୁମାନଙ୍କ ପକ୍ଷରୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଅନ୍ୟ ସମସ୍ତ ଶିକ୍ଷୟିତ୍ରୀ ଶିକ୍ଷକ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।