ବୀଦୃପା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ବାର୍ଷିକ କ୍ରୀଡା ଉତ୍ସବ
ବରୀ, (ଚୈତନ୍ୟ ଜେନା):ଯାଜପୁର ଜିଲ୍ଲାର ବରୀ ବ୍ଲକ ଅନ୍ତର୍ଗତ କଳାମାଟିଆ ପଞ୍ଚାୟତ ବୀଦୃପା, ସୁନାକର ବିହାର ଠାରେ ଥିବା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ବାର୍ଷିକ ଉତ୍ସବ ଉଦଯାପିତ ହୋଇ ଯାଇଛି l ଏହାର ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ବରୀ ବିଧାୟକ ବିଶ୍ଵ ରଞ୍ଜନ ମଲିକ କହିଲେ ଯେ ଶିଶୁମାନଙ୍କ ସୁସ୍ଥ ଶରୀର ଓ ନିରୋଗ ଜୀବନ ପାଇଁ କ୍ରୀଡାର ଭୂମିକା ଗୁରତ୍ୱପୂର୍ଣ ଏହାକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ପକ୍ଷରୁ କରାଯାଇଥିବା କ୍ରୀଡ଼ା ପ୍ରତିଯୋଗିତା ସ୍ୱାଗତଯୋଗ୍ୟ ପଦକ୍ଷେପ l ଅନ୍ୟତମ ଅତିଥିଭାବେ କାଶୀନାଥ ମହାବିଦ୍ୟାଳୟର ଅଧକ୍ଷ ପ୍ରମୋଦ କୁମାର ଶତପଥୀ ଯୋଗଦେଇ କିପରି ପିଲାମାନେ ଶୃଙ୍ଖଳାର ସହ ଆଗକୁ ବଢ଼ିପାରିବେ ସେ ନେଇ ପରାମର୍ଶ ଦେଇଥିଲେ l ରାଧାକାନ୍ତ ଧଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଦେବାଶିଷ ରାଉତ ଅତିଥି ପରିଚୟ ଓ ବାର୍ଷିକ ବିବରଣୀ ପାଠ କରିଥିଲେ। ପ୍ରମୁଖ ସହଯୋଗ କରିଥିଲେ l କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ବରୀ ବ୍ଲକ ଅଶୋକ କୁମାର ଗେଡି, ଉପାଧ୍ୟକ୍ଷା ଅର୍ଚ୍ଚନା ମଲିକ, ବ୍ଲକ ବିଜେଡ଼ି ସଭାପତି କେଦାର ଚନ୍ଦ୍ର ସାମଲ, ଜିଲ୍ଲା ପରିଷଦ ସଭ୍ୟ ଅଶୋକ କୁମାର ସାମଲ, ସନ୍ତୋଷ କୁମାର ସାମଲ, ଦିଲ୍ଲିପ କୁମାର ମହାନ୍ତି ପ୍ରମୁଖ ଯୋଗଦେଇଥିଲେ। ବିଭିନ୍ନ ପ୍ରତିଯୋଗୀତାରେ କୃତିତ୍ୱ ହାସଲ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନେ ବିଦ୍ୟାଳୟର ପ୍ରମାଣପତ୍ର ସହ ପୁରସ୍କାର ପ୍ରଦାନକରିଥିଲେ। ପ୍ରାରମ୍ଭରେ କୁନି କୁନି ପିଲାମାନଙ୍କ ଦ୍ଵାରା ସ୍ବାଗତ ନୃତ୍ୟ ପରିବେଷଣ କରାଯିବା ସହିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଏହି ବାର୍ଷିକ ଉତ୍ସବ ତିନିଦିନ ଧରି ଅନୁଷ୍ଠିତ ହେଇଥିବା ବେଳେ ପ୍ରଥମ ଦିନ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ହୋଇଥିବା ବେଳେ ଦ୍ଵିତୀୟ ଦିନରେ ବିଦ୍ୟାଳୟ ପକ୍ଷରୁ ଛାତ୍ର ଛାତ୍ରୀ ମାନଙ୍କୁ ଜ୍ଞାନ ଆହରଣ ପାଇଁ ବରୀ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର, ଦମକଳ କେନ୍ଦ୍ର ଓ ବରୀ ଥାନାକୁ ବୁଲାଇବାକୁ ନିଆ ଯାଇଥିଲା। କାର୍ଯକ୍ରମ ପରିଚାଳନରେ ସମ୍ପାଦକ ବିର କିଶୋର ଧଳ, ସୌରଭ ପରିଡ଼ା, ଉଷାରାଣୀ ମହାନ୍ତି, ଜ୍ୟୋତିର୍ମୟୀ ମହାନ୍ତି, ସସ୍ମିତା ବେହେରା, ସ୍ମୃତିବାଳା ଜେନା, ନିହାରିକା ଓଝା, ତପସ୍ଵିନୀ ଭଞ୍ଜ, ମନିଷା ଧଳ, ରୁମାଲି ଦାଶ ଓ ଧରିତ୍ରୀ ସାହୁ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ।