ବୀବନ ଦେଖାଇଲା ଘଟଣାର ଡେମୋ

କଟକ, (ଦୀପକ୍ କୁମାର ବେଉରା):ବହୁଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାରେ ଆଜି ସିବିଆଇ ସିନ୍ ରିକ୍ରିଏସନ୍ କରିଛି।ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳକୁ ଘଟଣାସ୍ଥଳକୁ ନେଇ ରିକ୍ରିଏସନ କରାଇଛି ସିବିଆଇ।୨୨ ବର୍ଷ ତଳର ଘଟଣା କିପରି ଥିଲା, ତାହା ଦେଖାଇଛି ବିବନ।ପରେ ସେଠାରୁ ବିବନକୁ ବାରଙ୍ଗ ଥାନାକୁ ଅଣାଯାଇ ୩୦ ମିନିଟ୍ ପର୍ଯ୍ୟନ୍ତ ଜେରା କରାଯାଇଥିଲା।୧୯୯୯ ମସିହା ବାରଙ୍ଗ ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ଥିବା ନରଣପୁର ଗ୍ରାମର ବିବନ ବିଶ୍ଵାଳ କୁ ଦୀର୍ଘ ୨୨ ବର୍ଷ ପରେ କମିଶନରେଟ ପୋଲିସ ମହାରାଷ୍ଟ୍ର ର ଆମ୍ବିଭାଲି ରୁ ଗିରଫ କରିଥିଲା।ଏହାର ତଦନ୍ତ ଭାର cbi ନେଇଥିବାରୁ କମିଶନରେଟ ପୋଲିସ ଏହାର ତଦନ୍ତ ଦାୟିତ୍ୱ cbi କୁ ହସ୍ତାନ୍ତର କରିଥିଲା।ପରେ ବିବନକୁ ଝାରପଡ଼ା ଜେଲ କୁ ପଠାଇ ଦିଆଯାଇଥିଲା। ସିବିଆଇ ବିବନକୁ ଦୁଇ ଦିନ ରିମାଣ୍ଡ ରେ ଆଣି ପଚରାଉଚୁରା କରିଥିବା ବେଳେ ଦ୍ଵିତୀୟ ଦିନରେ ଆଜି ସିବିଆଇ ବିବନକୁ ଦୁଷ୍କର୍ମ କରିଥିବା ଘଟଣାସ୍ଥଳକୁ ନେଇଛି। ସକାଳୁ ବାରଙ୍ଗ ପୋଲିସ ଓ ସିବିଆଇ କୁ ବୀବନ ବିଶ୍ୱାଳ କ୍ରାଇମ ଘଟାଇଥିବା ଅଞ୍ଚଳ ରେ ଡେମୋ ଦେଖାଇଛି।ବାରଙ୍ଗ ପୁରୀ ମୁଖ୍ୟ କେନାଲ ଅଞ୍ଚଳ ନୟାପାଟଣା ଗାଁର ଇଟାଭାଟି ନିକଟରେ ଥିବା ଜଙ୍ଗଲକୁ ବୀବନ ବିଶ୍ୱାଳ ଦେଖାଇ ଥିଲା।ଏହାପରେ ଘଟଣାସ୍ଥଳକୁ ଯାଇ ସେଦିନର ଘଟଣାର ସୀନ ରିକ୍ରିଏସନ୍ ଦେଖାଇଥିଲା।ବିବନ ଓ ତାର ଦୁଇ ସହଯୋଗୀ ପ୍ରଥମେ ଗୋଡିସାହି ପାହାଡ଼ ପରେ ଭାଲୁଙ୍କା ଜଙ୍ଗଲରେ ଡେମୋ ଦେଖାଇ ସାରିବା ପରେ ଶେଷରେ ପୁରୀ ମୁଖ୍ୟ କେନାଲର ପାଖ ଜଙ୍ଗଲ ରାସ୍ତାର ବୁଦାଳିଆ ଅଞ୍ଚଳକୁ ନେଇ ଘଟଣା ବିଷୟରେ ପୋଲିସକୁ ଡେମୋ ଦେଖାଇ ଥିଲା। ପରେ ବାରଙ୍ଗ ଥାନାକୁ ଅଣାଯାଇ ଜେରା କରାଯାଇ ଥିଲା।ପରେ CBI ବିବନ କୁ ନେଇ CBI ଅଫିସ ଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ