ବୀରହନୁମାନଜୀୟୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିଶ୍ୱ ଏଡସ ଦିବସ ପାଳିତ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ନିକିରାଇସ୍ଥିତ ବୀରହନୁମାନଜୀୟୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଯୁବ ରେଡକ୍ରସ ଏବଂ ରେଡରିବନ କ୍ଲବ ଆନୁକୂଲ୍ୟରେ ବିଶ୍ୱ ଏଡସ ଦିବସ ପାଳିତ ହୋଇଯାଇଛି । ଏହି ଉତ୍ସବରେ ବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ପ୍ରଫେସର ତୁଷାରକାନ୍ତ ବରାଳ ଅଧ୍ୟକ୍ଷତା କରି ଏଡସ୍‌ର ଭୟାବହତା ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କୁ ଉଦବୋଧନ ଦେଇଥିଲେ । ଉତ୍ସବରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ରାପଡା ଜିଲ୍ଲା ଶିଶୁ ମଙ୍ଗଳ ସମିତି ସଦସ୍ୟ ତଥା ଶେୟାର ସ୍ୱେଛାସେବୀ ଅନୁଷ୍ଠାନର ପ୍ରତିଷ୍ଠାତା କିଶୋର ଚନ୍ଦ୍ର ସ୍ୱାଇଁ ଯୋଗଦେଇ ସମଗ୍ର ବିଶ୍ୱର ଏଡସ ସମ୍ପର୍କିତ ପରିସଂଖ୍ୟାନ ଏବଂ ଭୟାବହତା ସମ୍ବନ୍ଧରେ ଆଲୋଚନା କରିଥିଲେ । ମୁଖ୍ୟବକ୍ତା ଭାବେ ରାଜ୍ୟର ଜଣାଶୁଣା ମାନବିକ ଅଧିକାର କର୍ମି ସାଗର ଜେନା ଯୋଗଦେଇ ଏଡସ ଏବଂ ଏଡସ ରୋଗୀମାନଙ୍କର ଅଧିକାର ସମ୍ବନ୍ଧରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଡଃ. ହେମନ୍ତ ଶତପଥୀ, ପ୍ରଫେସର ଅମ୍ଳାନ କରଣ ରାଉତ, ଅଧ୍ୟାପିକା ପ୍ରଭାତି ଭଳ, ସୁମିତ୍ରା ତ୍ରିପାଠୀ, ରେସମା ସାହୁ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଯୁବରେଡକ୍ରସର ପରାମର୍ଶଦାତା ଡଃ. ହିମାଂଶୁ ଭୂଷଣ ପରିଡା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଶେଷରେ ଡଃ. ପ୍ରମୋଦ କୁମାର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ