ବୀରିସିଙ୍ଗ ପୀଠ ଠାରେ ପରିବେଶୀ ମଞ୍ଜୁରୀ ନିମନ୍ତେ ଜନଶୁଣାଣୀ
ଛତ୍ରପୁର, (ଦେବଦତ୍ତ ମହାରଣା) : ଛତ୍ରପୁର ତହସିଲ ଅନ୍ତର୍ଗତ ବିପୁଳିଙ୍ଗି ଗ୍ରାମରେ ୮.୦୯୭ ହେକ୍ଟର ପରିମିତ ଖଣି ଲିକ୍ ଅଂଚଳ ସ୍ଥିତ ବିପୁଳିଙ୍ଗି ପଥର ଖଣିରୁ ବାର୍ଷିକ ୨୦୦୭୦ ଘନ.ମିଟର ପଥର ଉତ୍ତୋଳନ କରିବା ପାଇଁ ପରିବେଶୀୟ ମଞ୍ଜୁରୀ ନିମନ୍ତେ ଜନ ଶୁଣାଣୀ ବିପୁଳିଙ୍ଗି ଗ୍ରାମ ସ୍ଥିତ ମା ବୀରିସିଙ୍ଗି ପୀଠ ଠାରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ଏବଂ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ବ୍ରହ୍ମପୁର) ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଗଞ୍ଜାମ ଜିଲାର ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଅମୀୟ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଏହି ଶୁଣାଣୀ ଅନୁଷ୍ଠିତ ହୋଇଥିବା ବେଳେ ଚିକଲଖଣ୍ଡି ଓ ବିପୁଳିଙ୍ଗି ପଂଚାୟତର ବହୁ ଜନ ସାଧାରଣ ଉପସ୍ଥିତ ଥିଲେ । ଲିଜଧାରୀଙ୍କ ସହ ୧୦ରୁ ଉର୍ଦ୍ଧ୍ୱ ବ୍ୟକ୍ତି ଏହି ଜନ ଶୁଣାଣୀ ସଂପର୍କରେ ନିଜ ନିଜ ମତ ରଖିଥିବା ବେଳେ ରାଜ୍ୟ ପ୍ରଦୁଷଣ ନିୟନ୍ର୍ଣ ବୋର୍ଡ (ବ୍ରହ୍ମପୁର) ର ଆଂଚଳିକ ନିର୍ଦ୍ଦେଶକ ଦୀପକ କୁମାର ସାହୁ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏହି ଅବସରରେ ଛତ୍ରପୁର ତହସିଲଦାର ନୀଳମାଧବ ଭୋଇ, ଅତିରିକ୍ତ ତହସିଲଦାର ଜସ୍ମିନ ପ୍ରଧାନ, ଛତ୍ରପୁର ଥାନାଧିକାରୀ ସତ୍ୟ ରଞ୍ଜନ ପ୍ରଧାନ, ସବ ଇନସିପେକ୍ଟର ବିଶ୍ୱମ୍ବର କଅଁର, ବିପୁଳିଙ୍ଗି ସରପଂଚ ଟି. ନରସିଂହ ରେଡ୍ଡି, ସମିତି ସଭ୍ୟ ଜୟଦେବ ଲେଙ୍କା, ଚିକଲଖଣ୍ଡି ସରପଂଚ ଡି. ଲକ୍ଷ୍ମୀ ରେଡ୍ଡି, ପୂର୍ବତନ ସରପଂଚ ଡି. ରାମସ୍ୱାମୀ ରେଡ୍ଡି, ସୁରେଶ ଦାଶଙ୍କ ସମେତ ଦୁଇଟି ପଞ୍ଚାୟତର ବହୁଜନସାଧାରଣ ପରିବେଶ ମଞ୍ଜୁରୀ ସଂପର୍କିତ ଏହି ଜନଶୁଣାଣୀ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଜନ ଶୁଣାଣୀ ହୋଇଥିବା ଭିଡିଓ ଗ୍ରାଫି ଓ ୧୦ଜଣ ବ୍ୟକ୍ତି ମତାମତ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡଙ୍କୁ ପଠାଯିବ ବୋଲି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ବ୍ରହ୍ମପୁର) ର ଆଞ୍ଚଳିକ ନିର୍ଦ୍ଦେଶକ ଶ୍ରୀ ସାହୁ କହିଛନ୍ତିା ସମସ୍ତ କାର୍ଯ୍ୟକ୍ରମକୁ ବିଭାଗୀୟ ଅଧିକାରୀ ମାନେ ପରିଚାଳନାରେ ସହଯୋଗ କରିଥିଲେ ।