ବୁଗୁଡ଼ାରେ ଆଇନ ସଚେତନତା ଶିବିର

ବୁଗୁଡା (ଅନିଲ କୁମାର ମହାରଣା)ବୁଗୁଡା ଅଦାଲତ ପରିସରରେ ବୁଧବାର ଦିନ ତାଲୁକା ଆଇନ ସେବା ପ୍ରାଧିକରଣ ପ୍ରକାରେ ଏକ ଆଇନ ସଚେତନତା ଶିବିରର ଆୟୋଜନ ହୋଇଥିଲା। ଏଥିରେ ବୁଗୁଡା ଅଦାଲତର ବିଚାରପତି ସୋନାଲି ଅପରିଜିତା ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ବକ୍ତା ଭାବେ ବୁଗୁଡା ଥାନା ଆଇଆଇସି ଚିତ୍ତରଞ୍ଜନ ବେହେରା ଯୋଗଦେଇଥିଲେ। ସାଇବର କ୍ରାଇମ ଆଇନ ଓ ମୌଳିକ ଅଧିକାର ଆଇନ ବିଷୟରେ ଆଲୋଚନା ହୋଇଥିଲା। ଏହି ଆଲୋଚନାରେ ଅନ୍ୟମାନଙ୍କ ମଧ୍ୟରେ ଅଧିବକ୍ତା ପ୍ରଭାତ କୁମାର ଜେନା, ଅମର କୁମାର ପଟ୍ଟନାୟକ, ରବୀନ୍ଦ୍ର କୁମାର ପଣ୍ଡା,ରତନ ସିଂ,ସୁମନ ସେଠୀ, ବିଭୂଦତ୍ତ ନାୟକ, ସୁଜିତ ସ୍ୱାଇଁ, ଦେବୀ ନିବେଦିତା ଚୌଧୁରୀ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ଅଦାଲତର କର୍ମଚାରୀ ମାୟାଧର ରଞ୍ଜିତ ସଂଯୋଜନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ