ବୁଗୁଡ଼ାରେ ” ଆମ ଗାଁ ଆମ ସାହିତ୍ୟ ” କାର୍ଯ୍ୟକ୍ରମ

ବୁଗୁଡ଼ା, (ଅନିଲ କୁମାର ମହାରଣା) :-ବୁଗୁଡା ପିପୁଲସ କଲେଜ ପରିସରରେ ଜୁନ ୧୨ ତାରିଖ ଦିନ ଓଡ଼ିଶା ସାହିତ୍ୟ ଏକାଡେମୀ, ଭୁବନେଶ୍ଵର ପକ୍ଷରୁ ସହଯୋଗୀ ତ୍ରିଧାରା ସାହିତ୍ୟ ସଂସଦ, ବ୍ରହ୍ମପୁର ଆନୁକୁଲ୍ୟରେ “ଆମ ଗାଁ ଆମ ସାହିତ୍ୟ” କାର୍ଯ୍ୟକ୍ରମ ର ପ୍ରଥମ ଅଧିବେଶନ ଉଦଘାଟନ ପର୍ବ ଅନୁଷ୍ଠିତ ହୋଇଯାଇଛି । ତ୍ରିଧାର ସାହିତ୍ୟ ସଂସଦ ର ସମ୍ପାଦକ ଡକ୍ଟର ଲକ୍ଷ୍ମୀ ନାରାୟଣ ଦାଶ ନିମନ୍ତ୍ରଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ପିପୁଲସ କଲେଜର ଭାରପ୍ରାପ୍ତ ଅଧ୍ୟକ୍ଷ ହରେକୃଷ୍ଣ ନାୟକ କାର୍ଯ୍ୟକ୍ରମକୁ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉଦଘାଟନ କରିଥିଲେ। ପିପୁଲସ କଲେଜ ଓଡ଼ିଆ ବିଭାଗ ମୁଖ୍ୟ ଡ଼ଃ ହିମାଂଶୁ ଶେଖର ରଥ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ପ୍ରଥମ ଅଧିବେଶନରେ ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ ତଥା ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ଓଡ଼ିଆ ବିଭାଗ ଅଧ୍ୟାପକ ଡକ୍ଟର ସିଦ୍ଧାର୍ଥ ଶଙ୍କର ପାଢ଼ୀ ଅଧ୍ୟକ୍ଷତା କରିଥିଲେ । ମୁଖ୍ୟ ଅତିଥି ଭାବେ ବୁଗୁଡା ପିପୁଲସ କଲେଜର ପ୍ରଫେସର ପ୍ରଶନ କୁମାର ସ୍ୱାଇଁ , ମୁଖ୍ୟ ବକ୍ତା ଭାବେ ପଶ୍ଚିମବଙ୍ଗ ଶାନ୍ତିନିକେତନ ର ଓଡ଼ିଆ ଅଧ୍ୟାପକ ତଥା ଓଡିଶା ସାହିତ୍ୟ ଏକାଡେମୀ ସଦସ୍ୟ ଡ଼ଃ ଶରତ କୁମାର ଜେନା ଓ ସମ୍ମାନୀତ ଅତିଥି ଭାବେ ଡ଼ଃ ହୃଷିକେଶ ପଣ୍ଡା, ଓଡିଆ ଅଧ୍ୟାପକ, ଭଞ୍ଜବିହାର ଯୋଗ ଦେଇଥିଲେ । ପିପୁଲସ କଲେଜ ଓଡ଼ିଆ ବିଭାଗ ଅଧ୍ୟାପକ ଡ଼ଃ ସଞ୍ଜୟ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ