ବୁଗୁଡ଼ାରେ ଜୋନାଲ କ୍ରୀଡା ମହୋତ୍ସବ ଉଦଘାଟିତ

ବୁଗୁଡ଼ା, (ଅନିଲ କୁମାର ମହାରଣା):୨୧/୧୨ର8/୨୨ ବୁଗୁଡା ପିପୁଲସ ହାଇ ସ୍କୁଲ ମିନି ଷ୍ଟାଡିୟମରେ ପୋଲସରା, ବୁଗୁଡା ଓ ଜଗନାଥ ପ୍ରସାଦ ତିନି ଗୋଟି ବ୍ଳକର ଛାତ୍ରଛାତ୍ରୀ ବୃନ୍ଦଙ୍କୁ ନେଇ ଜୋନାଲ କ୍ରୀଡା ମହୋତ୍ସବ ଡିସେମ୍ବର ୨୧ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି। ଜୋନାଲ ସ୍ତରୀୟ କ୍ରୀଡା ମହୋତ୍ସବକୁ ବୁଗୁଡା ବ୍ଲକ ଅଧ୍ୟକ୍ଷା କେ.ପ୍ରିୟଦର୍ଶନୀ ଆଚାରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଥିବା ବେଳେ ବୁଗୁଡା ବିଇଓ କବିବର ପ୍ରଧାନ ଅଧ୍ୟକ୍ଷତା କରିଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ବୁଗୁଡା ଏନଏସି ଅଧ୍ୟକ୍ଷ ଚିତ୍ରସେନ ପ୍ରଧାନ, ସମ୍ମାନିତ ଅତିଥିଭାବେ ଏନଏସି ଉପାଧ୍ୟକ୍ଷା ଗୀତାଞ୍ଜଳୀ ପାଢ଼ୀ, ସମାଜସେବୀ କେ.ନୀଳମାଧବ ଆଚାରୀ ଓ ସୁଧାଂଶୁ ଶେଖର ପାଢ଼ୀ, ପିପୁଲସ ହାଇ ସ୍କୁଲ ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ଗୌଡ଼, ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘର ଉପଦେଷ୍ଟା ମନୋରଞ୍ଜନ ଦାଶ ପ୍ରମୁଖ ଯୋଗଦେଇଥିଲେ। ବ୍ଲକ ସ୍ତରୀୟ ପ୍ରତିଯୋଗିତାରେ ମନୋନୀତ ହୋଇଥିବା ପ୍ରତିଯୋଗୀ ବୃନ୍ଦ ଏହି ଜୋନାଲ କ୍ରୀଡା ମହୋତ୍ସବରେ ଯୋଗଦେଇଥିବା ବେଳ ଏଥିରେ କୃତ୍ତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ ବୃନ୍ଦ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ