ବୁଗୁଡ଼ାରେ ପଞ୍ଚାୟତିରାଜ ଓ ଲୋକସେବା ଦିବସ ପାଳନ

ବୁଗୁଡା, (ଅନିଲ କୁମାର ମହାରଣା):ମାର୍ଚ୍ଚ ୫ ତାରିଖ ପଞ୍ଚାୟତିରାଜ ଓ ଲୋକସେବା ଦିବସ ଉପଲକ୍ଷେ ବୁଗୁଡା ବ୍ଲକ ସମିତି ସଭା ଗୃହରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବ୍ଲକ ଅଧ୍ୟକ୍ଷା କେ.ପ୍ରିୟଦର୍ଶନୀ ଆଚାରିଙ୍କ ଅଧ୍ୟକ୍ଷତାରେ ଏହି ଦୁଇ ଦିବସ ପାଳନ ହୋଇଥିଲା। ବୁଗୁଡା ବିଡ଼ିଓ ବାସୁଦେବ ନାୟକ ସ୍ୱାଗତ କରିବା ସହ କାର୍ଯ୍ୟକ୍ରମ ବିଷୟରେ ବକ୍ତବ୍ୟ ରଖିଥିଲେ। ଭାରପ୍ରାପ୍ତ ଜିପିଓ ମନୋଜ କୁମାର ସାହୁ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଏହି ଅବସରରେ ବିଜୁ ପଟ୍ଟନାୟକ ପଞ୍ଚାୟତ ସଶକ୍ତିକରଣ ପୁରସ୍କାର ପ୍ରଦାନ କରାଯାଇଥିଲା। ମନରେଗା ପାଇଁ ଭାଗବାନପୁର ପଞ୍ଚାୟତ, ସ୍ୱଚ୍ଛତା ପାଇଁ ବାଲିପଦର ପଞ୍ଚାୟତ, ନିଜସ୍ୱ ଆୟ ପାଇଁ ବାଲିପଦର ପଞ୍ଚାୟତ, ଓ ଉତ୍ତମ ସଚେତନତା ପାଇଁ ଏ.କରଡ଼ାବାଡ଼ି ପଞ୍ଚାୟତ କୁ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା। ଅଧ୍ୟକ୍ଷା ଶ୍ରୀମତୀ ଆଚାରି, ବିଡ଼ିଓ ଶ୍ରୀ ନାୟକ ଓ ଉପାଧ୍ୟକ୍ଷ ମାନସ ରଞ୍ଜନ ପ୍ରଧାନ ପୁରସ୍କାର ପ୍ରଦାନ କରିଥିଲେ। ବାଲିପଦର ପଞ୍ଚାୟତ ପକ୍ଷରୁ ସମାଜସେବୀ କେ.ନୀଳମାଧବ ଆଚାରୀ ଓ ପ୍ରଶାନ୍ତ କୁମାର ପ୍ରଧାନ, ଭାଗବାନପୁର ପଞ୍ଚାୟତ ପକ୍ଷରୁ ସରପଞ୍ଚ ସୁଶାନ୍ତ କୁମାର ପ୍ରଧାନ, ଏବଂ ଏ.କରଡ଼ାବାଡ଼ି ପଞ୍ଚାୟତ ପକ୍ଷରୁ ସରପଞ୍ଚ ରିଙ୍କି ଦାସ ପୁରସ୍କାର ଗ୍ରହଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଭିନ୍ନ ପଞ୍ଚାୟତର ସରପଞ୍ଚ ଓ ସମିତି ମେମ୍ବର ଏବଂ ବ୍ଳକର କର୍ମଚାରୀ ବୃନ୍ଦ ଯୋଗଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ