ବୁଗୁଡ଼ାରେ ପ୍ରବାଦ ପୁରୁଷ ବିଜୁବାବୁଙ୍କ ୧୦୭ ତମ ଜୟନ୍ତି ପାଳନ
ବୁଗୁଡା, (ଅନିଲ କୁମାର ମହାରଣା):ମାର୍ଚ୍ଚ ୫ ତାରିଖ, ପ୍ରବାଦ ପୁରୁଷ ବିଜୁବାବୁଙ୍କ ୧୦୭ ତମ ଜନ୍ମ ଜୟନ୍ତି ବୁଗୁଡ଼ାରେ ପାଳନ ହୋଇଯାଇଛି । ବିଜେଡି ବ୍ଳକ ସଭାପତି ମଦନ ଗୋପାଳ ଦୋରାଙ୍କ ନେତୃତ୍ୱରେ ଉକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସକାଳେ ପ୍ରଭାତଫେରି ହେବା ସହ ବୁଗୁଡା ବସଷ୍ଟାଣ୍ଡରେ ଥିବା ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ବୁଗୁଡା ମେଡିକାଲରେ ରୋଗୀଙ୍କୁ ଫଳ ବଣ୍ଟନ କରାଯାଇଥିଲା।ସେହିପରି ପୂର୍ବାହ୍ନ ସମୟରେ ବିଜେଡି କର୍ମୀ, ବିଜେଡି ଯୁବ ଓ ଛାତ୍ର ବାହିନୀ ଏବଂ ବିଜୁପ୍ରେମି ବୃନ୍ଦ ଏକ ସାଇକେଲ ରାଲୀରେ ବାହାରି ବୁଗୁଡା ସହର ପରିକ୍ରମା କରିଥିଲେ। ଅପରାହ୍ନରେ ବୁଗୁଡ଼ା ବସଷ୍ଟାଣ୍ଡ ଠାରେ ବିଜୁ ବାବୁଙ୍କ ୧୦୭ ତମ ଜୟନ୍ତୀ ଉପଲକ୍ଷେ ସାଧାରଣ ସଭା ଓ ଶପଥ ପାଠ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ବ୍କକ ସଭାପତି ମଦନଗୋପାଳ ଦୋରା ଅଧ୍ୟକ୍ଷତା କରିଥିଲେ। ମୁଖ୍ୟ ଅତିଥି ଭାବେ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଯୋଗଦେଇ ବିଜୁବାବୁଙ୍କ ଗୁଣଗାନ କରିବା ସହ ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକାରୀ ଯୋଜନା ବିଷୟରେ ଲୋକଙ୍କୁ ଅବଗତ କରାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ବ୍ଳକ ଅଧ୍ଯକ୍ଷା କେ.ପ୍ରିୟଦର୍ଶିନୀ ଆଚାରି, ଉପାଧ୍ୟକ୍ଷ ମାନସ ରଞ୍ଜନ ପ୍ରଧାନ, ଏନଏସି ଅଧ୍ୟକ୍ଷ ଚିତ୍ରସେନ ପ୍ରଧାନ, ଉପାଧ୍ଯକ୍ଷା ଗୀତାଞ୍ଜଳି ପାଢ଼ୀ, ନଗର ବିଜେଡି ସଭାପତି କେ.ତ୍ରିଲୋଚନ ଦୋରା, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ରେବତୀ ମୋହନ ନାୟକ, ଜିଲ୍ଲା ପରିଷଦ ସଦସ୍ୟ ଗଙ୍ଗାପାଣି ନାୟକ, ପୂର୍ବତନ ଉପାଧ୍ୟକ୍ଷ ଟୁକୁନା ସ୍ବାଇଁ, ବ୍ଳକ ଓ ଏନଏସି ସଭାନେତ୍ରୀ,ସରପଞ୍ଚ, ସମିତି ମେମ୍ବର, ବିଜୁ ଜନତା ଦଳର କର୍ମୀ ଓ ବିଜୁ ପ୍ରେମୀ ଜବସାଧାରଣ ଉପସ୍ଥିତ ରହି ବିଜୁ ଜୟନ୍ତୀ ଅବସରରେ ଶପଥ ପାଠ କରିଥିଲେ।