ବୁଗୁଡ଼ାରେ ବହୁମୁଖୀ ଇନଡୋର ଷ୍ଟାଡିୟମ ଉଦଘାଟିତ

ବୁଗୁଡା, (ଅନିଲ କୁମାର ମହାରଣା):ରାଜ୍ଯ ସରକାରଙ୍କ ଦ୍ୱାରା ବୁଗୁଡ଼ାରେ ନିର୍ମିତ ହୋଇଥିବା ବିଜୁ ପଟ୍ଟନାୟକ ବହୁମୁଖୀ ଇନଡୋର ଷ୍ଟାଡିୟମକୁ ଫେବୃୟାରୀ ୨୩ ତାରିଖ ଦିନ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍ଫରେନ୍ସ ମାଧ୍ୟମରେ ଉଦଘାଟନ କରିଥିଲେ। ଗଞ୍ଜାମ ଜିଲ୍ଲାର ବୁଗୁଡା ସହରର ପ୍ରାଣୀଧନ ଚିକିତ୍ସା କେନ୍ଦ୍ର ପଡିଆରେ ୬.୩୦୯ କୋଟି ଟଙ୍କା ବ୍ୟୟରେ ବିଜୁ ପଟ୍ଟନାୟକ ବହୁମୁଖୀ ଇନଡୋର ଷ୍ଟାଡିୟମ ନିର୍ମାଣ ହୋଇଅଛି। ରାଜ୍ୟ ସରକାରଙ୍କ ଦ୍ୱରା ଏହି ଇନଡୋର ଷ୍ଟାଡିୟମ ଦ୍ୱାରା ସ୍କୁଲ ଓ କଲେଜର ଛାତ୍ରଛାତ୍ରୀ ଙ୍କ ସମେତ ଅନ୍ୟ କ୍ରୀଡ଼ାବିତମାନେ ନିୟମିତ ଇନଡୋର ଖେଳ ଖେଳିପାରି ଦକ୍ଷତା ଲାଭ କରିପାରିବେ। ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମ ଉଦଘାଟିତ ହେବା ଦ୍ୱରା ବୁଗୁଡା ସହରରେ ଖୁସିର ଲହରୀ ଖେଳିଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ