ବୁଗୁଡ଼ାରେ ବିଧାୟକ ଓ ଜିଲ୍ଲାପାଳଙ୍କ ସମୀକ୍ଷା

ବୁଗୁଡା,(ଯୁଗାବ୍ଦ ନ୍ୟୁଜ୍‌): ବୁଗୁଡା ବ୍ଲକର ଉନ୍ନୟନ କାର୍ଯ୍ୟର ଅଗ୍ରଗତି ନେଇ ସୋମବାର ଦିନ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଓ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ସମୀକ୍ଷା କରିଥିବା ଜଣାପଡିଛି । ବିଶେଷକରି ଏନଆରଜିଏସ କାର୍ଯ୍ୟର ଅଗ୍ରଗତି ନେଇ  ସମୀକ୍ଷା କରି ତୁରନ୍ତ ସମସ୍ତ ଉନ୍ନୟନ ମୂଳକ କାର‌୍ୟ୍ୟକୁ ଆଗେଇ ନେବାକୁ ନିର୍ଦ୍ଦେଶ ପ୍ରଦାନ କରିଥିଲେ।ବୁଗୁଡା ବ୍ଳକରେ ଆଜି ସୁଧା ମାତ୍ର ଶତକଡା ୨୬ ଭାଗ କାର୍ଯ୍ୟ ହୋଇଥିବା ବେଳେ ଆହୁରି ୭୪ ଭାଗ କାମ ଶେଷ ହେବାକୁ ଥିବାବେଳେ ଆଉ ମାତ୍ର ସାଢ଼େ ତିନି ମାସରେ ସମ୍ପୂର୍ଣ୍ଣ ହେବନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଆଜିର ଏହି ସମୀକ୍ଷା ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷା ମାମି ସେନାପତି,ବିଡ଼ିଓ ତନ୍ମୟ ପାତ୍ର, ତହସିଲଦାର ସଂଗ୍ରାମ କେଶରୀ ଜେନା,ସହକାରୀ ଯନ୍ତ୍ରୀ ବଂଶୀଧର ପରିଡା,ସମସ୍ତ ବ୍ଲକ କର୍ମଚାରୀ,ଏବଂ ସମସ୍ତ ସରପଞ୍ଚ ଓ ସମିତି ସଭ୍ୟ ସଭ୍ୟା ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ