ବୁଗୁଡ଼ାରେ ବ୍ଲକ ସ୍ତରୀୟ ଓଷ୍ଟlର ଶିଶୁ ଉତ୍ସବ

ବୁଗୁଡା, (ଅନିଲ କୁମାର ମହାରଣା):ବୁଗୁଡା ବିରଞ୍ଚିନାରାୟଣ ପବ୍ଲିକ ସ୍କୁଲରେ ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ, (ଓଷ୍ଟl) ତରଫରୁ ବ୍ଲକ ସ୍ତରୀୟ ଶିଶୁ ଉତ୍ସବ ସଭାପତି ପ୍ରଶାନ୍ତ କୁମାର ଗୌଡ଼ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥିଭାବେ ଜିଲ୍ଳା ସଭାପତି ସନ୍ତୋଷ ଜେନା ଯୋଗଦେଇଥିବାବେଳେ ବ୍ଲକର ବହୁ ପ୍ରଧାନଶିକ୍ଷକ ଅତିଥିଭାବେ ଯୋଗଦେଇ ଓଷ୍ଟl ଦ୍ୱାରା ପରିଚାଳିତ ଶିଶୁଉତ୍ସବ କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ l ସମ୍ପାଦକ କାହ୍ନୁ ଚରଣ ସ୍ୱାଇଁ ସ୍ୱାଗତ ଭାଷଣ ସହ କାର୍ଯ୍ୟକ୍ରମ ଉପରେ ବକ୍ତବ୍ୟ ରଖିଥିଲେ l ପ୍ରାୟ ଦଶଟି ଉଚ୍ଚ ବିଦ୍ୟାଳୟରୁ ଏକଶହରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଦଶଟି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ l ପ୍ରଥମ ଓ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା କୃତୀ ଛାତ୍ରଛାତ୍ରୀ ଆଗାମୀ ଜିଲ୍ଲାସ୍ତରୀୟ ଶିଶୁ ଉତ୍ସବରେ ଯୋଗଦେବା ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ। ସମସ୍ତ କାର୍ଯ୍ୟକ୍ରମକର ବିଚାରକ ଓ ପରିଚାଳଳନାରେ କୈଳାଶ ଚନ୍ଦ୍ର ମହାରଣା, ନାଗେଶ୍ୱର ରାଓ, ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ମୃତୁଞ୍ଜୟ ହୋତା, ତପନ କୁମାର ମହାପାତ୍ର, ପ୍ରକାଶ ଚନ୍ଦ୍ର ନାୟକ, ଉର୍ମିଳା ସ୍ୱାଇଁ, ପ୍ରଣୀତl କୁମାରୀ ସ୍ୱାଇଁ, ସୁଶାନ୍ତ କୁମାର ସାହୁ, ବିବେକାନନ୍ଦ ପଟ୍ଟନାୟକ, ରାଜଲକ୍ଷ୍ମୀ ସ୍ୱାଇଁ, ରୋହିତ କୁମାର ସେଠୀ, ଅଶୋକ କୁମାର ସ୍ୱାଇଁ, ବିଶ୍ୱନାଥ ମହାରଣା, ସୁବଳ କହଁର, ରଂଜିତ କୁମାର ସେଠୀ, ଶମ୍ଭୁ ଶଙ୍କର ଜେନା ରହିଥିଲେ l କାର୍ଯ୍ୟକ୍ରମରେ ବହୁ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଅଭିଭାବକ ଯୋଗଦେଇଥିଲେ l ଏହି ଅବସରେ ବିରଞ୍ଚିନାରାୟଣ ପବ୍ଲିକ ସ୍କୁଲର ପରିଚାଳନା ନିର୍ଦେଶକ ଏ.ଚନ୍ଦନ ଚର୍ଚ୍ଚିତ ପାତ୍ରଙ୍କୁ ପ୍ରଶଂସା ପତ୍ର ସହ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଶେଷରେ ସମ୍ପାଦକ କାହ୍ନୁ ଚରଣ ସ୍ୱାଇଁ ଧନ୍ୟବାଦ ପ୍ରଦାନ କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ