ବୁଗୁଡ଼ାରେ ମଲ୍ଟି ଡିସିପ୍ଲିନାରୀ ସ୍କ୍ୱାର୍ଡ ପକ୍ଷରୁ ଚଢ଼ାଉ ୬୫୮ ଲିଟର ମଦ ଜବତ ୪ ଗିରଫ
ବୁଗୁଡା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଓ ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ରାଜେନ୍ଦ୍ର କୁମାର ଭତ୍ରାଙ୍କ ନିର୍ଦ୍ଦେଶ କ୍ରମେ ସେପ୍ଟେମ୍ବର ୨୩ ତାରିଖ ବୁଧବାର ଦିନ ମଲ୍ଟି ଡିସିପ୍ଲିନାରୀ ସ୍କ୍ୱାର୍ଡ ପକ୍ଷରୁ ବୁଗୁଡା ବାଲିପିଣ୍ଡି ହରିଜନ ସାହିରେ ଚଢ଼ାଉ କରାଯାଇଥିଲା। ଚଢ଼ାଉ ବେଳେ ବିଭିନ୍ନ ସ୍ଥାନରୁ ୨୧୭୬ ଲିଟର ଗୁଡ଼ ମିଶ୍ରିତ ପୋଚ ନଷ୍ଟ କାରାଯାଇଥିବା ବେଳେ ୬୫୮ ଲିଟର ଚୋର ଦେଶୀ ରନ୍ଧା ମଦ ଜବତ କରାଯାଇଛି। ଏନେଇ ୫ ଟି ମାମଲା ରୁଜୁ ହୋଇଥିବା ବେଳେ ଚୋର ମଦ ତିଆରି ଓ ବିକ୍ରି ଅଭିଯୋଗରେ ଜଣେ ମହିଳାଙ୍କ ସମେତ ଚାରି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ମଲ୍ଟି ଡିସିପ୍ଲିନାରୀ ସ୍କ୍ୱାର୍ଡ ଚଢ଼ାଉରେ ମାଜିଷ୍ଟ୍ରେଟ ଦାୟିତ୍ବରେ ବୁଗୁଡା ତହସିଲଦାର ସଂଗ୍ରାମ କେଶରୀ ଜେନା ଥିବା ବେଳେ ବୁଗୁଡା ପୋଲିସ ଥାନା ସେକଣ୍ଡ ଅଫିସର ମନୋଜ କୁମାର ପ୍ରଧାନ, ଓ ବୁଗୁଡା ଅବକାରୀ ଥାନା ଓଆଇସି ପାର୍ଥ ସାରଥୀ ରାଉତ ଙ୍କ ନେତୃତ୍ୱରେ ପୋଲିସ ଫୋର୍ସ ଏବଂ ଅବକାରୀ ବିଭାଗ କର୍ମଚାରୀ ଏଏସଆଇ ମମତା କୁମାରୀ ଦାଶ, ଟୁଟୁ ସାମଲ, ନିରେନ୍ଦ୍ର ଶବର ଓ ନିରଞ୍ଜନ ବେହେରା ଚଢ଼ାଉରେ ଅଂଶ ଗ୍ରହଣ କରିଥିଲେ।


