ବୁଗୁଡ଼ାରେ ମା ପଞ୍ଚ ଠାକୁରାଣୀଙ୍କ ବିଭିନ୍ନ ସାହି ପରିକ୍ରମା
ବୁଗୁଡ଼ା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ବୁଗୁଡା ସହରରେ ଗତ ଏପ୍ରିଲ ୨୬ ତାରିଖ ଠାରୁ ମଇ ୧୨ ତାରିଖ ପର୍ଯ୍ୟନ୍ତ ମା’ ନାରାୟଣୀ, ମା’ ବ୍ୟାଘ୍ରଦେବୀ, ମା’ ବୁଢୀ ଠାକୁରାଣୀ, ମା’ ମାଳିଝୋଳା ଓ ମା’ ମାମୁଁଦେଇ ଶ୍ରୀ ଶ୍ରୀ ପଞ୍ଚ ଠାକୁରାଣୀ ଯାତ୍ରା ଅନୁଷ୍ଠିତ ହେଉଅଛି। ଶ୍ରୀ ଶ୍ରୀ ପଞ୍ଚ ଠାକୁରାଣୀ ଯାତ୍ରା ଉପଲକ୍ଷେ ପୂର୍ବ ନିର୍ଦ୍ଧାରିତ ପ୍ରକାରେ ଏପ୍ରିଲ ୩୦ ତାରିଖ ଦିନ ମା ପଞ୍ଚ ଠାକୁରାଣୀ ନଗର ପରିକ୍ରମା କରିଥିଲେ। କାର୍ଯ୍ୟକ୍ରମ ପ୍ରକାରେ ମା ପଞ୍ଚ ଠାକୁରାଣୀ ଆସ୍ଥାନରୁ ବାହାରି ଶ୍ରୀ ବଳଦେବ ଜୀଉ ମନ୍ଦିର, ପୋଲିସ ଥାନା ରୋଡ଼, ହାଇ ସ୍କୁଲ ଛକରୁ ପଞ୍ଚା ଗଳି ଦେଇ ଅରବିନ୍ଦ ନଗର ପ୍ରଥମ ଓ ଡାହାଣ ସାହି, ପ୍ରଥମ ତେଲି ସାହି, ଦ୍ଵିତୀୟ ତେଲି ସାହି ଏବଂ ତୃତୀୟ ତେଲିସାହି ଭ୍ରମଣ କରିଥିଲେ। ସେଠାରୁ ମା’ପଞ୍ଚ ଠାକୁରାଣୀ ପଞ୍ଚା ଗଳି ଦେଇ ହାଇସ୍କୁଲ ଛକ, ଥାନା ରୋଡ଼ ଓ ଶ୍ରୀ ବଳଦେବ ଜୀଉ ମନ୍ଦିର ଦେଇ ଅସ୍ଥାୟୀ ମଣ୍ଡପର ଆସ୍ଥାନକୁ ବିଜେ କରିଥିଲା। ପୁରୋହିତ ନାରାୟଣ ଦାଶ, ବିଭୂତି ଭୂଷଣ ତ୍ରିପାଠୀ, ମନୋଜ କୁମାର ଦାଶ, ଦିଲ୍ଲୀପ ଦେବତା ଓ ଶିଶିର ମିଶ୍ର ପୂଜାବିଦ୍ଧି ପରିଚାଳନା କରୁଥିବା ବେଳେ ମୁଖ୍ୟ କର୍ତ୍ତା ଭାବେ ରବୀନ୍ଦ୍ର ନାଥ ପଣ୍ଡା ଓ ରତ୍ନମଞ୍ଜରୀ ପଣ୍ଡା କାର୍ଯ୍ୟ ତୁଲାଉଛନ୍ତି ଏବଂ ଭଗବାନ ନାୟକ ଶାଲା ପରିଚାଳନା କରୁଛନ୍ତି। ପୂଜା କମିଟିର ସଭାପତି ତଥା ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ, ସମ୍ପାଦକ ବିଶ୍ଵମୋହନ ମିଶ୍ର, କାର୍ଯ୍ୟକାରି ସଭାପତି ବସନ୍ତ ଦଳାଇ, ଉପ ସଭାପତି କେ.ତ୍ରିଲୋଚନ ଦୋରା, ବାପୁଜୀ ପାତ୍ର, ବିଚିତ୍ର ପାଣିଗ୍ରାହୀ, ୟୁ.ଦିଲ୍ଲୀପ ପାତ୍ର, ଉପଦେଷ୍ଟା ଲକ୍ଷ୍ମୀ ନାରାୟଣ ଦାଶ, ସୁରେଶ ଚନ୍ଦ୍ର ଦାଶ, କାଳୀ ଚରଣ ଦାଶ, କାର୍ଯ୍ୟକାରୀ କମିଟି ସଭ୍ୟ ଭୀମସେନ ବେହେରା, ବାବାଜୀ ନାୟକ, ପଞ୍ଚୁ ସ୍ୱାଇଁ, କାହ୍ନୁ ଖଟେଇ, କୃଷ୍ଣ ପାତ୍ର, ଅଭି ସେଠୀ, ଅଭୟ ପାଣଗ୍ରାହୀ, ରମଣ ନାହାକ, ଅମରେନ୍ଦ୍ର ସେନାପତି ପ୍ରମୁଖ ପରିଚାଳନା ଦ୍ୱାୟିତ୍ୱ ଗ୍ରହଣ କରିଛନ୍ତି। ପ୍ରତିଦିନ ହଜାର ହଜାର ଶ୍ରଦ୍ଧାଳୁ ମା’ଙ୍କ ଦର୍ଶନ କରିବାକୁ ଆସୁଥିବା ଦେଖିବାକୁ ମିଳିଛି।