ବୁଗୁଡ଼ାରେ ଲୋକକଳା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ବୁଗୁଡା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲାର ବୁଗୁଡ଼ା ବ୍ଲକରେ ଓଡିଶା ସରକାରଙ୍କ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଦ୍ୱୟର ଆନୁକୂଲ୍ୟରେ ସୂଚନା, ଶିକ୍ଷା ଓ ଯୋଗାଯୋଗ ଉପକ୍ରମରେ ଲୋକ କଳାର ପ୍ରୟୋଗକୁ ନେଇ ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇ ଯାଇଛି। ବୁଗୁଡ଼ା ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରୀ ସୁପ୍ରିୟା ତ୍ରିପାଠୀଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଗୌରୀ ଶଙ୍କର ଶତପଥୀ, ମୁଖ୍ୟ ବକ୍ତା ଭାବେ ସଂସ୍କୃତି ରତ୍ନ ଗୁରୁଶ୍ରୀ ନାରାୟଣ ମହାରଣା, ସମ୍ମାନିତ ଅତିଥି ଭାବେ ଜଗଦୀଶ ପାଣିଗ୍ରାହୀ, ପୂର୍ଣ୍ଣ ଚନ୍ଦ୍ର ପଟ୍ଟନାୟକ, ମଦନମୋହନ ପାଠାଗାର ଓ ସାହିତ୍ୟ ସଂସଦର ସମ୍ପାଦକ ତ୍ରିଲୋଚନ ପଣ୍ଡା, ବୁଗୁଡ଼ା ଲୋକକଳା ସଂସ୍କୃତି ସଂଘର ଉପସଭାପତି ଜଟେଶ୍ୱର ବିଶୋୟୀ, ସମ୍ପାଦକ ପ୍ରମୋଦ କୁମାର ଦାସ, ସୁବ୍ରତ ରାଖଲ ଦାସ ଯୋଗଦେଇଥିଲେ। ବିଭିନ୍ନ ପଞ୍ଚାୟତର ବିଭିନ୍ନ କଳାକାର ବୃନ୍ଦ ଏହି ଶିବିରରେ ଯୋଗଦେଇ ସରକାରଙ୍କ ବିଭିନ୍ନ ଯୋଜନାକୁ ଲୋକକଳା ମାଧ୍ୟମରେ ଲୋକଙ୍କ ପାଖରେ ପହଞ୍ଚାଇ ଲୋକକଳାକୁ ଜୀବିତ କରି କଳା ଓ ସଂସ୍କୃତିର ପ୍ରଚାର ପ୍ରସାର କରିବା ନିମନ୍ତେ ପ୍ରଶିକ୍ଷଣ ନେଇଥିଲେ। ନିପୁଣ କଳା ପ୍ରଦର୍ଶନ କରିଥିବା କଳାକାର ମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ