ବୁଗୁଡ଼ାରେ ଶିଶୁ ମହୋତ୍ସବ ସୁରଭି ୨୦୧୯
ବୁଗୁଡା,(ଯୁଗାବ୍ଦ ନ୍ୟୁଜ୍): ବୁଗୁଡା ଶ୍ରୀ ବିରଞ୍ଚି ନାରାୟଣ ବାଳିକା ଉଚ୍ଚ ବିଦ୍ୟାଳୟରେ ବୁଧବାର ଦିନ ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୧୯ ଅନୁଷ୍ଟିତ ହୋଇଯାଇଛି।ଉତ୍ସବକୁ ବୁଗୁଡା ବିଡ଼ିଓ ତନ୍ମୟ କୁମାର ପାତ୍ର ଉଦଘାଟନ କରିଥିଲେ।ବୁଗୁଡା ବିଇଓ ରସାନନ୍ଦ କର ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ବୁଗୁଡା ତହସିଲଦାର ସଂଗ୍ରାମ କେଶରୀ ଜେନା ଏବଂ ସମ୍ମାନିତ ଅତିଥି ଭାବେ ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ମହାପାତ୍ର, ଏବିଇଓ ପୀତାମ୍ବର ବିଶୋୟି ଓ ପ୍ରମୋଦ ଚନ୍ଦ୍ର ସେନାପତି ଯୋଗ ଦେଇଥିଲେ।ପୂର୍ବରୁ କ୍ଲଷ୍ଟର ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିଥିବା କୃତୀ ଛାତ୍ରୀ ଛାତ୍ର ମାନେ ଏହି ବ୍ଲକ ସ୍ତରୀୟ ସୁରଭି କାର୍ୟ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ।ପ୍ରବନ୍ଧ,ବକୃତା, ଚିତ୍ରାଙ୍କନ,କୁଇଜ,ଶିଳ୍ପକଳା, ସଙ୍ଗୀତ ଓ ନୃତ୍ୟ ବିଷୟରେ ପ୍ରତିଯୋଗିତା ହୋଇଥିଲା।ବ୍ଲକ ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରୀ ଓ ଛାତ୍ର ମାନେ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ।