ବୁଗୁଡ଼ାରେ ୭୧ ତମ ସାଧାରଣତନ୍ତ୍ର ଦିବସ
ବୁଗୁଡା,(ଯୁଗାବ୍ଦ ନ୍ୟୁଜ୍) ବୁଗୁଡା ଅଂଚଳରେ ୭୧ ତମ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ ହୋଇଯାଇଛି।ବୁଗୁଡା ପିପୁଲସ ହାଇ ସ୍କୁଲ ପଡ଼ିଆରେ ଅନୁଷ୍ଟିତ ମିଳିତ ପ୍ୟାରେଡ଼ରେ ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ଅଭିବାଦନ ଗ୍ରହଣ କରିଥିବା ବେଳେ ବୁଗୁଡା ବ୍ଲକ ଅଫିସରେ ବିଡ଼ିଓ ତନ୍ମୟ ପାତ୍ର ଜାତୀୟ ପତାକା ଉତ୍ତୋଳନ କରିଥିବା ବେଳେ ତହସିଲ ଅଫିସରେ ସଂଗ୍ରାମ କେଶରୀ ଜେନା, ବୁଗୁଡା ଥାନାରେ ଆଇଆଇସି ଚିତ୍ତରଞ୍ଜନ ବେହେରା,ବନାଞ୍ଚଳ କାର୍ଯ୍ୟାଳୟରେ ଫକୀର ଚରଣ ବେହେରା,ପିପୁଲସ କଲେଜରେ ଅଧ୍ୟକ୍ଷ ରଜନୀକାନ୍ତ ଦାଶ,ମଣିତରା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଧ୍ୟକ୍ଷ ଅନୁପ କୁମାର ପଣ୍ଡା, ବାଲିପଦର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଧ୍ୟକ୍ଷ ବି ପ୍ରକାଶ ଚନ୍ଦ୍ର ପାତ୍ର, ବୁଗୁଡା ପିପୁଲସ ହାଇ ସ୍କୁଲରେ ପ୍ରଧାନ ଶିକ୍ଷକ କାଳି ଚରଣ ବେହେରା, ବାଳିକା ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ମହାପାତ୍ର, ମଣିତରା ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ପ୍ରକାଶ ଚନ୍ଦ୍ର ପ୍ରଧାନ, ମଣିତରା ସ୍ଵାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରରେ ଡାକ୍ତର ଦୟାନିଧି ରାଉତ ପତାକା ଉତ୍ତୋଳନ କରିଥିବା ବେଳେ ଅନ୍ୟାନ ଶିକ୍ଷାନୁଷ୍ଠାନ ଓ ପ୍ରତିଷ୍ଠାନ ମାନଙ୍କରେ ୭୧ ତମ ସାଧାରଣତନ୍ତ୍ର ଦିବସ ପାଳନ ହୋଇଥିଲା।
(ଫୋଟୋ ପଠା ଯାଇଛି )