ବୁଗୁଡ଼ା ବ୍ଲକରେ ପଲସ ଅକ୍ସିମିଟର ଟେଷ୍ଟିଂ

ବୁଗୁଡା,(ଅନିଲ କୁମାର ମହାରଣା): ଗଞ୍ଜାମ ଜିଲ୍ଲାର ବୁଗୁଡା ବ୍ଲକରେ ଶନିବାର ସୁଦ୍ଧା ୧,୧୩,୫୧୮ ଜଣଙ୍କ ପଲସ ଅକ୍ସିମିଟର ଟେଷ୍ଟିଂ ହୋଇଥିବା ଜଣାପଡିଛି। ବୁଗୁଡ଼ା ବ୍ଲକର ଜନସଂଖ୍ୟା ୧,୪୧,୩୫୮ ଜଣ ଥିବାବେଳେ ଆଜି ସୁଦ୍ଧା ୮୦ ପ୍ରତିଶତରୁ ଅଧିକ ବ୍ୟକ୍ତିଙ୍କ ପଲସ ଅକ୍ସିମିଟର ଟେଷ୍ଟିଂ ଶେଷ ହୋଇସାରିଛି। ଆଜି ୧୪,୭୩୨ ଜଣଙ୍କ ପଲସ ଅକ୍ସିମିଟର ଟେଷ୍ଟିଂ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩୬୭ ଜଣ ଶ୍ୱାସ, ମଧୁମେହ, ରକ୍ତଚାପ, ଯକ୍ଷ୍ମା ପ୍ରଭୃତି ରୋଗ ପାଇଁ ଔଷଧ ବ୍ୟବହାର କରୁଥିବା ଜଣାପଡ଼ିଛି। ଆଜିସୁଧା ମୋଟ ୫୧୯୧ ଜଣ ଏହିସବୁ ରୋଗ ପାଇଁ ଔଷଧ ସେବନ କରୁଥିବା ଚିହ୍ନଟ ହୋଇଛନ୍ତି। ମୋଟ ୧୧ ଟିମ ଦ୍ୱାରା ପଲସ ଅକ୍ସିମିଟର ଟେଷ୍ଟିଂ ହେଉଥିବା ବେଳେ ଆଜିସୁଧା ଅମ୍ଳଜାନ ସ୍ତର ଓ ହୃଦ ସଂନ୍ଦନ କମ ଥିବା ଚିହ୍ନଟ ହୋଇନଥିବା ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ