ବୁଗୁଡାରେ ଶ୍ରମ ମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା

ବୁଗୁଡ଼ା, (ଅନିଲ କୁମାର ମହାରଣା) :-ରାଜ୍ୟ ସରକାରଙ୍କ ମାନ୍ୟବର ଶ୍ରମ ଓ ନିଯୁକ୍ତି ଏବଂ ରାଜ୍ୟ ବୀମା ମନ୍ତ୍ରୀ ଶ୍ରୀକାନ୍ତ ସାହୁ ମହୋଦୟଙ୍କୁ ଜୁନ ୧୯ ତାରିଖ ଦିନ ବୁଗୁଡା ବ୍ଲକ ଅଙ୍ଗନୱାଡି କର୍ମୀ ସଙ୍ଘ ଓ ବୁଦ୍ଧଖୋଲ ଉନ୍ନୟନ ସମିତି ପକ୍ଷରୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ବୁଗୁଡା ଶ୍ରୀ ବିରଞ୍ଚିନାରାୟଣ କଲ୍ୟାଣ ମଣ୍ଡପ ପରିସରରେ ଅଙ୍ଗନୱାଡି କର୍ମୀ ଓ ସହାୟିକା ସଙ୍ଘ ପକ୍ଷରୁ ମନ୍ତ୍ରୀ ଶ୍ରୀ ସାହୁଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ସ୍ୱାଗତ ସମ୍ବର୍ଦ୍ଧନା ସଭାରେ ଅନ୍ୟମାନଙ୍କ ମଧ୍ୟରେ ବୁଗୁଡା ତହସିଲଦାର ସଂଗ୍ରାମ କେଶରୀ ଜେନା, ବୁଗୁଡା ପୋଲିସ ଆଇଆଇସି ଚିତ୍ତରଞ୍ଜନ ବେହେରା, ବ୍ଲକ ଅଧ୍ୟକ୍ଷ କେ.ପ୍ରିୟଦର୍ଶନୀ ଆଚାରୀ, ଉପାଧ୍ୟକ୍ଷ ମାନସ ରଞ୍ଜନ ପ୍ରଧାନ, ବୁଗୁଡା ଏନଏସି ଅଧ୍ୟକ୍ଷ ଚିତ୍ରସେନ ପ୍ରଧାନ, ଉପାଧ୍ୟକ୍ଷା ଗୀତାଞ୍ଜଳୀ ପାଢ଼ୀ, ସିଡିପିଓ ରଞ୍ଜିତା ତ୍ରିପାଠୀ, କେ.ନୀଳମାଧବ ଆଚାରୀ, ସୁଧାଂଶୁ ଶେଖର ପାଢ଼ୀ ପ୍ରମୁଖ ମଞ୍ଚାସୀନ ଥିଲେ। ଅଙ୍ଗନୱାଡି କର୍ମୀ ଓ ସହାୟିକା ସଙ୍ଘର ସଭାନେତ୍ରୀ ବାସନ୍ତୀ କୁମାରୀ ପ୍ରଧାନ, ଉପସଭାନେତ୍ରୀ ପ୍ରମୋଦିନୀ ସ୍ବାଇଁ, ସମ୍ପାଦିକା ଅନିତା ମିଶ୍ର ଓ କୋଷାଧ୍ୟକ୍ଷ ପ୍ରମୋଦିନୀ ପଟ୍ଟନାୟକ ପ୍ରମୁଖ ମନ୍ତ୍ରୀ ମହୋଦୟଙ୍କୁ ସଙ୍ଘ ପକ୍ଷରୁ ସମ୍ବର୍ଦ୍ଧିତ କରିଥିଲେ । ବିଭିନ୍ନ ଅଙ୍ଗନୱାଡି କେନ୍ଦ୍ରର କର୍ମୀ ଓ ସହାୟିକା ବୃନ୍ଦ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ସେହିପରି ବୁଦ୍ଧଖୋଲ ଉନ୍ନୟନ ସମିତି ପକ୍ଷରୁ ବୁଦ୍ଧଖୋଲ ଓଟିଡିସି ପାନ୍ଥନିବାସ ପରିସରରେ ମନ୍ତ୍ରୀ ଶ୍ରୀ ସାହୁଙ୍କୁ ଭବ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା । ମନ୍ତ୍ରୀ ଶ୍ରୀ ସାହୁ ନିଜେ ବୁଦ୍ଧଖୋଲ ଉନ୍ନୟନ ସମିତିର ସଭାପତି ଥିବାବେଳେ, କାର୍ଯ୍ୟକାରୀ ସଭାପତି ଧରଣୀଧର ପଣ୍ଡା ଓ ଉପସଭାପତି ଏ.ଚନ୍ଦନ ଚର୍ଚ୍ଚିତ ପାତ୍ର ସମିତି ପକ୍ଷରୁ ସମ୍ବର୍ଦ୍ଧିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ତହସିଲଦାର ସଂଗ୍ରାମ କେଶରୀ ଜେନା, ଆଇଆଇସି ଚିତ୍ତରଞ୍ଜନ ବେହେରା, ସମ୍ପାଦକ ସୁରେଶ ଚନ୍ଦ୍ର ଦାଶ, ବୁଗୁଡା ଏନଏସି ଅଧ୍ୟକ୍ଷ ଚିତ୍ରସେନ ପ୍ରଧାନ, ବିଜେଡି ବ୍ଲକ ସଭାପତି ମଦନ ଗୋପାଳ ଦୋରା, ଜିଲ୍ଲା ପରିଷଦ ସଦସ୍ୟ ଗଙ୍ଗାପାଣି ଜେନା, ଗଙ୍ଗାଧର ବିଷୋୟୀ, ସୁଧାଂଶୁ ଶେଖର ପାଢ଼ୀ, କେ.ତ୍ରିଲୋଚନ ଦୋରା, ମୁକୁନ୍ଦ ନାୟକ, ଡିଲେଶ୍ୱର ପାତ୍ର ପ୍ରମୁଖ ବହୁ ସଦସ୍ୟ ସଦସ୍ୟା ସମ୍ବର୍ଦ୍ଧନା ସଭାରେ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ