ବୁଗୁଡା ଏନଏସିରେ ବିଜୁ ଜନତା ଦଳର ମିଶ୍ରଣ ପର୍ବ

ବୁଗୁଡା, (ଅନିଲ କୁମାର ମହାରଣା) : ଗଞ୍ଜାମ ଜିଲ୍ଲାର ପୋଲସରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବୁଗୁଡା ଏନଏସିର ବିଜେପି ନଗର ସଭାପତି ସୂର୍ଯ୍ୟ ନାରାୟଣ ମହାନ୍ତି ନିଜର ୨୦ ରୁ ଉର୍ଦ୍ଧ ସମର୍ଥକଙ୍କ ସହ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି। ନଭେମ୍ବର ୨ ତାରିଖ ଦିନ ବୁଗୁଡ଼ା ବିରଞ୍ଚି ନାରାୟଣ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା। ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶରେ ଅନୁପ୍ରାଣୀତ ହୋଇ ଏବଂ ବିଧାୟକ ଶ୍ରୀକାନ୍ତ ସାହିଙ୍କ ଜନସମ୍ପର୍କ ଓ ଉନ୍ନୟନ ମୂଳକ କାର୍ଯ୍ୟ ପ୍ରତି ଆକୃଷ୍ଟ ହୋଇ ବୁଗୁଡ଼ା ବିଜେପି ନଗର ସଭାପତି ସୂର୍ଯ୍ୟ ନାରାୟଣ ମହାନ୍ତି ଙ୍କ ନେତୃତ୍ୱରେ ଗଣପତି ମହାରଣା, ସୁବାଷ ଚନ୍ଦ୍ର ଦୋରା, ପ୍ରଶାନ୍ତ ନାୟକ, ରବୀନ୍ଦ୍ର ମହାନ୍ତି, ବାସୁଦେବ ସାହୁ, ଶୁଭମ ପାତ୍ର, ସୁଭେନ୍ଦୁ ଖଟେଇ, ଲକ୍ଷ୍ମୀ ମହାରଣା, ମହେଶ୍ୱତା ବେହେରା, ବବିତା ପାତ୍ର ପ୍ରମୁଖ ୨୦ ରୁ ଉର୍ଦ୍ଧ୍ବ ସମର୍ଥକ ବିଜେପି ତ୍ୟାଗ କରି ବିଧାୟକ ଶ୍ରୀକାନ୍ତ ସାହୁଙ୍କ ଉପସ୍ଥିତିରେ ଆନୁଷ୍ଠାନିକ ଭାବେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି। ବିଜେଡ଼ି ର ଏହି ମିଶ୍ରଣ କାର୍ଯ୍ୟକ୍ରମରେ ବ୍ଲକ ସଭାପତି ଇ ମଦନ ଗୋପାଳ ଦୋରା, ନଗର ସଭାପତି କେ ତ୍ରିଲୋଚନ ଦୋରା, ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ସୁଧାଂଶୁ ଶେଖର ପାଢ଼ୀ, ବୁଗୁଡା ଏନଏସି ଅଧ୍ୟକ୍ଷ ଚିତ୍ରସେନ ପ୍ରଧାନ, ରବୀନ୍ଦ୍ର କୁମାର ପଣ୍ଡା, ମନୋରଞ୍ଜନ ଦାଶ, ବସନ୍ତ କୁମାର ଦଳେଇଙ୍କ ସମେତ ବହୁ ବିଜେଡି କର୍ମକର୍ତ୍ତା ଓ କର୍ମୀ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ