ବୁଗୁଡା ଏନଏସିରେ ୩୫ ଜଣଙ୍କୁ ରନ୍ଧାଖାଦ୍ୟ

ବୁଗୁଡା,(ଅନିଲ କୁମାର ମହାରଣା):ଗୁରୁବାର ଦିନ ବୁବୁଡା ଏନଏସିରେ ୩୫ ଜଣଙ୍କୁ ଦୁଇ ଥର ଗରମ ରାନ୍ଧଖାଦ୍ୟ ଦେବାର ବ୍ୟବସ୍ଥା ହୋଇଥିବା କାର୍ଯ୍ୟ ନିର୍ବାହୀ ଅଧିକାରୀ ରଶ୍ମିରଞ୍ଜନ ଦାଶ ପ୍ରକାଶ କରିଛନ୍ତି।ସେହିପରି ବୁଗୁଡା ବ୍ଲକର ମୋଟାବାଡ଼ି, ଅରଖପୁର,ଏ କରଡ଼ାବାଡ଼ି, ଅନ୍ତରପଡା,ଓ ଭାଗବାନପୁର ୫ ଟି ପଞ୍ଚାୟତରେ ଶୁଖିଲା ଖାଦ୍ୟ ଦିଆଯାଇଥିବା ବେଳେ ଅନ୍ୟ ୧୬ ଗୋଟି ପଞ୍ଚାୟତରେ ରାନ୍ଧଖାଦ୍ୟ ଦିଆଯାଇଥିବା ବୁଗୁଡା ବିଡ଼ିଓ ତନ୍ମୟ ପାତ୍ର ପ୍ରକାଶ କରିଛନ୍ତି। ବୁଗୁଡା ଏନଏସି ସମେତ ବ୍ଲକର ୨୧ ଟି ପଞ୍ଚାୟତରେ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଶଯ୍ୟା, ପାନୀୟ ଜଳଯୋଗାଣ, ବିଦ୍ୟୁତ ବ୍ୟବସ୍ଥା, ହାତସଫା ପାଇଁ ବ୍ୟବସ୍ଥା ସହ ମାଶାରୀର ବ୍ୟବସ୍ଥା ହୋଇ ଥିବା ଜଣାପଡ଼ିଛି।ଖୋଳଖାଳି ପଞ୍ଚାୟତରେ ଜନସଚେତନତା ସହ ବିଭିନ୍ନ ଜିନିଷ ବଣ୍ଟନ ଓ ରାନ୍ଧଖାଦ୍ୟ ବଣ୍ଟନରେ ସ୍ଥାନୀୟ ସମିତି ସଭ୍ୟ ବିବେକାନନ୍ଦ ବାରିକ ଅଗ୍ରଣୀ ଭୂମିକା ଗ୍ରହଣ କରିଥିବା ଦେଖାଦେଇଛି। ଅନ୍ୟ ପଞ୍ଚାୟତରେ ମଧ୍ୟ ଲୋକପ୍ରତିନିଧି ବୃନ୍ଦ କରୋନା ସଚେତନତା ପାଇଁ ପ୍ରଶାସନକୁ ସହଯୋଗ କରୁଥିବା ଜଣା ପଡ଼ିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ