ବୁଗୁଡା ଏନଏସିରେ ୩୫ ଜଣଙ୍କୁ ରାନ୍ଧଖାଦ୍ୟବଣ୍ଟନ

ବୁଗୁଡା,(ଅନିଲ କୁମାର ମହାରଣା):ବୁଗୁଡା ଏନଏସିରେ ଶନିବାର ଦିନ ୩୫ ଜଣଙ୍କୁ ରାନ୍ଧଖାଦ୍ୟ ବଣ୍ଟନ କରାଯାଇଥିବା କାର୍ଯ୍ୟ ନିର୍ବାହୀ ଅଧିକାରୀ ରଶ୍ମିରଞ୍ଜନ ଦାଶ ପ୍ରକାଶ କରିଛନ୍ତି। ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ଘରକୁ ଘର ବୁଲି ଗରମ ରାନ୍ଧଖାଦ୍ୟ ବଣ୍ଟନ କରାଯାଉଥିବା ଦେଖିବାକୁ ମିଳିଥିଲା। ପୂର୍ବପରି ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ପନିପରିବା ଓ ରାସନ ସାମଗ୍ରୀ ଯୋଗାଇ ଦିଆ ଯାଉଥିବା ଜଣାପଡିଛି। ସେହିପରି ଖୋଳଖାଳି ପଞ୍ଚାୟତରେ ସମିତି ସଭ୍ୟ ବିବେକାନନ୍ଦ ବାରିକ ଘର ଘର ବୁଲି ହାତ ଧୋଇବାକୁ ସାବୁନ ବଣ୍ଟନ କରିବା ସହ କରୋନା ସଚେତନତା ବାର୍ତ୍ତା ଜନସାଧାରଣଙ୍କ ନିକଟରେ ପହଞ୍ଚାଉଥିବା ଜଣାପଡ଼ିଛି।ଖୋଲଖାଳି ପଞ୍ଚାୟତରେ ଗରମ ରାନ୍ଧଖାଦ୍ୟ ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ବଣ୍ଟନ ହେଉଥିବା ସରପଞ୍ଚ ସୂର୍ଯ୍ୟମଣି ଗୌଡ଼ ଓ ସମିତି ସଭ୍ୟ ଶ୍ରୀ ବାରିକ ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ