ବୁଗୁଡା ଏନଏସିରେ ୪୦ ଜଣ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ
ବୁଗୁଡ଼ା, (ଅନିଲ କୁମାର ମହାରଣା) :-ବୁଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦରେ ମଇ ୦୭ ତାରିଖ ଦିନ ୪୦ ଜଣ ହିତାଧିକାରୀଙ୍କୁ ପୋଲସରା ନିର୍ବାଚନ ମଣ୍ଡଳୀ ବିଧାୟକ ତଥା ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ମହୋଦୟ ବାର୍ଦ୍ଧକ୍ୟ, ଭିନ୍ନକ୍ଷମ ଓ ବିଧବା ଭତ୍ତା ବଣ୍ଟନ କରିଥିବା ଜଣାପଡିଛି । ବୁଗୁଡା ଏନଏସି କାର୍ଯ୍ୟାଳୟ ପରିସରରେ କାର୍ଯ୍ୟନିର୍ବାହୀ ଅଧିକାରୀ ରଶ୍ମିରଞ୍ଜନ ଦାଶଙ୍କ ସଂଯୋଜନାରେ ଆୟୋଜିତ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ସାହୁ ଭତ୍ତା ବଣ୍ଟନ କରିଥିବା ବେଳେ ଏନଏସି ଅଧ୍ୟକ୍ଷ ଚିତ୍ରସେନ ପ୍ରଧାନ ଓ ଉପାଧ୍ୟକ୍ଷା ଗୀତାଞ୍ଜଳୀ ପାଢ଼ୀ ଓ କାଉନସିଲର ବୃନ୍ଦ ଯୋଗ ଦେଇଥିଲେ । ବିଧାୟକ ନିଜ ବକ୍ତବ୍ୟରେ ରାଜ୍ୟର ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ସରକାର ଗରିବ ଲୋକମାନଙ୍କ ଉପକାର ପାଇଁ ଗ୍ରହଣ କରିଥିବା ବିଭିନ୍ନ ଯୋଜନା ଗୁଡିକ ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ଏନଏସିର କର୍ମଚାରୀ ବୃନ୍ଦ ସହଯୋଗ କରିଥିଲେ ।


