ବୁଗୁଡା ଏନଏସି ରେ ବିଜୁ ଜନତା ଦଳର ମିଶ୍ରଣ ପର୍ବ

ବୁଗୁଡ଼ା, (ଅନିଲ କୁମାର ମହାରଣା) :ବୁଗୁଡା ଅଧିସୂଚୀତ କ୍ଷେତ୍ର ପରିଷଦ ର ୧୩ ନଂ ୱାର୍ଡରେ ବିଜେଡି ନିର୍ବାଚନ ଅଫିସ ବିଧାୟକ ଶ୍ରୀକାନ୍ତ ସାହୁ ଉଦଘାଟନ କରିଥିଲେ। ୧୩ ନଂ ୱାର୍ଡ କାଉନସିଲର ଭାବେ ବିଜୁ ଜନତା ଦଳର ବବୃ ପ୍ରଧାନ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଥିବା ଯୋଗୁଁ ବିଧାୟକ ଶ୍ରୀ ସାହୁ, ବବୃ ପ୍ରଧାନଙ୍କୁ ଅଭିନନ୍ଦନ ଜଣାଇଥିଲେ। ଏଥିସହ ଅଧ୍ୟକ୍ଷ ପ୍ରାର୍ଥୀ ଚିତ୍ରସେନ ପ୍ରଧାନଙ୍କୁ ବିପୁଳ ସଂଖାରେ ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ନିବେଦନ କରିଥିଲେ। ବୁଗୁଡା ଏନଏସି ନିର୍ବାଚନ ବିଜେଡି ଓ ବିଜେପି ମଧ୍ୟରେ ପ୍ରତିଦ୍ୱନ୍ଦିତା ହେଉଥିବା ବେଳେ ମାର୍ଚ୍ଚ ୧୭ ତାରିଖ ଦିନ ପ୍ରାୟ ଏକଶହ ବିଜେପି କର୍ମୀ ନିଜ ପାର୍ଟି ପରିତ୍ୟାଗ କରି ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି। ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଓ ସ୍ଥାନୀୟ ବିଧାୟକ ଶ୍ରୀ ସାହୁ ଙ୍କ ଲୋକସମ୍ପର୍କ ଓ ଉନ୍ନୟନ ମୂଳକ କାର୍ଯ୍ୟରେ ଆକୃଷ୍ଟ ହୋଇ ସେମାନେ ବିଜୁ ଜନତା ଦଳରେ ସାମିଲ ହୋଇଥିବା ଘୋଷଣା କରିଥିଲେ। ନିର୍ବାଚନ ପ୍ରଚାର ଚାଲିଥିବା ସମୟରେ ବିଜେପି ଛାଡି ବହୁ କର୍ମୀ ବିଜେଡ଼ିରେ ଯୋଗଦେବା ଯୋଗୁଁ ବିଜେଡି ସୁଦୃଢ ହୋଇପାରିଛି । ସେହିପରି ବୁଗୁଡା ନଗର କଂଗ୍ରେସ ସଭାପତି ଦୁର୍ଗା ପ୍ରସାଦ ପଣ୍ଡା ମଧ୍ୟ କଂଗ୍ରେସ ପାର୍ଟି ତ୍ୟାଗ କରି ବିଜେଡିରେ ସାମିଲ ହୋଇଛନ୍ତି। ଆଜିର ମିଶ୍ରଣ ପର୍ବରେ ବସନ୍ତ କୁମାର ଦଳେଇଙ୍କ ନେତୃରେ ପ୍ରାୟ ଏକଶହ ବିଜେପି କର୍ମୀ ବିଜେଡିରେ ମିଶିଥିବା ବେଳେ ବିଧାୟକ ଶ୍ରୀ ସାହୁ ସମସ୍ତଙ୍କୁ ପୁଷ୍ପମାଲ୍ୟ ଓ ବିଜେଡି ଉତ୍ତରୀୟ ପ୍ରଦାନ କରି ସ୍ୱାଗତ କରିଥିଲେ ଓ ବିଜୁ ଜନତା ଦଳରେ ସାମିଲ କରାଯିବା ଘୋଷଣା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅଞ୍ଜଳି ସ୍ବାଇଁ, ବୁଗୁଡା ବ୍ଲକ ଅଧ୍ୟକ୍ଷା କେ.ପ୍ରିୟଦର୍ଶନୀ ଆଚାରୀ, ବୁଗୁଡା ବ୍ଲକ ବିଜେଡି ସଭାପତି ମଦନ ଗୋପାଳ ଦୋରା, ବିଜେଡି ଅଧ୍ୟକ୍ଷ ପ୍ରାର୍ଥୀ ଚିତ୍ରସେନ ପ୍ରଧାନ, ଜିଲ୍ଲା ବିଜେଡି ସମ୍ପାଦକ ସୁଧାଂଶୁ ଶେଖର ପାଢ଼ୀ, ବିଧାୟକ ପ୍ରତିନିଧି କେ.ତ୍ରିଲୋଚନ ଦୋରା , କେ.ନୀଳମାଧବ ଆଚାରୀ, ଧରଣୀଧର ପଣ୍ଡା, ବିଭିନ୍ନ ୱାର୍ଡର କାଉନସିଲର ପ୍ରାର୍ଥୀ ଓ ପ୍ରାର୍ଥୀନୀ ପ୍ରମୁଖଙ୍କ ସମେତ ବହୁ ଦଳୀୟ କର୍ମୀ ଯୋଗଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ