ବୁଗୁଡା ଏନଏସି ରେ ସ୍ୱଚ୍ଛତା ପାଇଁ ଶ୍ରମଦାନ

ବୁଗୁଡା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲାର ବୁଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ “ସ୍ୱଚ୍ଛତା ହିଁ ସେବା” ପାଇଁ ଶ୍ରମଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏନଏସି ଅଧ୍ୟକ୍ଷ ଚିତ୍ରସେନ ପ୍ରଧାନ ଓ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ରଶ୍ମିରଞ୍ଜନ ଦାଶଙ୍କ ନେତୃତ୍ବରେ ବିଭିନ୍ନ ୱାଡ଼ର କାଉନସିଲର ଓ ଜନସାଧାରଣ ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରି ରାସ୍ତା ଘାଟ ଝାଡୁମାରି ସଫା କରି ସ୍ୱଚ୍ଛତା ପାଇଁ ଶ୍ରମଦାନ କରିଥିଲେ। ଏନଏସି ଅଧ୍ୟକ୍ଷ ଚିତ୍ରସେନ ପ୍ରଧାନ ନିଜେ ଝାଡୁ ଧରି ରାସ୍ତା ସଫା କରିବା ଦେଖିବାକୁ ମିଳିଥିଲା। ବହୁ ମହିଳା ଏହି ସ୍ୱଚ୍ଛତା ହିଁ ସେବା ପାଇଁ ଶ୍ରମଦାନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ