ବୁଗୁଡା ଏନ.ଏ.ସି.ରେ ଦକ୍ଷତା ବୃଦ୍ଧି କର୍ମଶାଳା ଅନୁଷ୍ଠିତ

ବୁଗୁଡା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲାର ବୁଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦରେ ମିଶନ ଶକ୍ତି ଗୃପ ମହିଳାମାନଙ୍କ ଦକ୍ଷତା ବୃଦ୍ଧି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ବୁଗୁଡା ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ରଶ୍ମି ରଞ୍ଜନ ଦାଶଙ୍କ ତତ୍ତ୍ୱାବଧାନରେ ଦକ୍ଷତା ବୃଦ୍ଧି କର୍ମଶାଳା ଅନୁଷ୍ଠିତ ହୋଇଥିଲା। କର୍ମଶାଳାର ତାଲିମ ଦାତା ଭାବେ WRU ପରାମର୍ଶ ଦାତା ଦେବସୁନ୍ଦର ମହାପାତ୍ର, WRU ରାଜ୍ୟ ମିଶନ ପରିଚାଳକ ସ୍ମୃତି ରଞ୍ଜନ ସିଂ ଓ SUDA ରାଜ୍ୟ ମିଶନ ପରିଚାଳକ ଡକ୍ଟର ମନମୋହନ ମହାରଣା ଯୋଗଦେଇଥିଲେ। ସେମାନେ ମିଶନ ଶକ୍ତି ଗୃପ ମହିଳା ବୃନ୍ଦଙ୍କୁ ଦକ୍ଷତା ବୃଦ୍ଧିର କୌଶଳ ଓ ଜଳାଶ୍ରୟ ଗୁଡିକର ରୂପାନ୍ତିକରଣ ବିଷୟରେ ତାଲିମ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଏନଏସି ଅଧ୍ୟକ୍ଷ ଚିତ୍ରସେନ ପ୍ରଧାନ, ଉପାଧ୍ୟକ୍ଷା ଗୀତାଞ୍ଜଳୀ ପାଢ଼ୀ ଓ କାଉନସିଲର ବୃନ୍ଦ ଓ ମିଶନ ଶକ୍ତି ଗୃପ ମହିଳା ବୃନ୍ଦ ଯୋଗଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ