ବୁଗୁଡା ଓ ବାଲିପଦରରେ କୋଭିଡ ସପ୍ତାହ

ବୁଗୁଡା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେଙ୍କ ନିର୍ଦ୍ଦେଶ କ୍ରମେ ସାରା ଗଞ୍ଜାମ ଜିଲ୍ଲା କୋଭିଡ-୧୯ ସପ୍ତାହ ପାଳନ କରୁଛି। ଏହି କାର୍ଯ୍ୟକ୍ରମର ଚତୁର୍ଥ ଦିବସରେ ବୁଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦରେ କୋଭିଡ ସଚେତନତା ରଥ ପରିକ୍ରମା ଓ ରାଲି ଅନୁଷ୍ଠିତ ହୋଇଥିବା ବେଳେ ବାଲିପଦର ପାଞ୍ଚାୟତରେ ଜନସଚେତନତା ପାଇଁ ରାଲି ଅନୁଷ୍ଠିତ ହୋଇଛି। ବୁଗୁଡା ଏନଏସି ର କାର୍ଯ୍ୟକ୍ରମରେ ଭଞ୍ଜନଗର ଉପଖଣ୍ଡ ଅତିରିକ୍ତ ଉପଜିଲ୍ଲାପାଳ ଦିଲ୍ଲୀପ କୁମାର ମହାରଣା ଯୋଗ ଦେଇ ଅନୁଧ୍ୟାନ କରିଥିଲେ। ଗୁଗୁଡା ଏନଏସି ର କାର୍ଯ୍ୟନିର୍ବାହୀ ଅଧିକାରୀ ରଶ୍ମିରଞ୍ଜନ ଦାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସଠିକ ହାତଧୁଆ ଓ ସଚେତନତା ରାଲି ଅନୁଷ୍ଠିତ ହୋଇଥିଲା। ଏଥିରେ ଆଇସିଡିଏସ ସୁପ୍ରଭାଇଜର, ସ୍ୱଚ୍ଛସାଥୀ ଅଙ୍ଗନବାଡି କର୍ମୀ ଓ ଏନଏସି କର୍ମଚାରୀ ବୃନ୍ଦ ଅଂଶ ଗ୍ରହଣ କରିଥିଲେ। ସେହିପରି ବାଲିପଦର ରେ ସରପଞ୍ଚ ପୂର୍ଣ୍ଣଚନ୍ଦ୍ର ଜେନାଙ୍କ ତତ୍ତ୍ୱାବଧାନରେ କୋଭିଡ ସପ୍ତାହ ଉପଲକ୍ଷେ ସଠିକ ହାତଧୁଆ କାର୍ଯ୍ୟକ୍ରମ ସହ ସଚେତନତା ରାଲି ଅନୁଷ୍ଠିତ ହେବାସହ ମାଗଣା ମାସ୍କ ବଣ୍ଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଗ୍ରାମ ପାଞ୍ଚାୟତ କର୍ମଚାରୀ, ଅଙ୍ଗନବାଡି କର୍ମୀ, ଆଶା କର୍ମୀ, ବରିଷ୍ଠ ନାଗରିକ ମଞ୍ଚ ଓ ବଣିକ ସଂଘ ସଦସ୍ୟ, ସମାଜସେବୀ ବୃନ୍ଦ ଅଂଶ ଗ୍ରହଣ କରିଥିଲେ। ଏକ ପଥପ୍ରାନ୍ତ ସଭାରେ ଠିକ ଭାବେ ହାତ ଧୋଇବା ପ୍ରଣାଳୀ ସହ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ପ୍ରତି ଗୁରୁତ୍ୱ ପ୍ରଦାନ କରିବା ସହ ନିଜେ ସଚେତନ ରହି ଅନ୍ୟକୁ ସଚେତନ ପାରିବା ପାଇଁ ଆହ୍ୱାନ ଦେଇ ସ୍ବେଚ୍ଛାସେବୀ ଖଲି ପରିଡା,ରତ୍ନାକର ମହାରଣା, ପ୍ରକାଶ ଚନ୍ଦ୍ର ରଥ ପ୍ରମୁଖ ବକ୍ତବ୍ୟ ରଖିଥିଲେ। ଗଞ୍ଜାମ ଜିଲ୍ଲା ପ୍ରଶାସନଙ୍କ କୋଭିଡ ସପ୍ତାହ ପାଳନ ନିର୍ଦ୍ଦେଶ ବର୍ତ୍ତମାନ ଏକ ଗଣସଚେତନତା କାର୍ଯ୍ୟକ୍ରମରେ ପରିଣତ ହୋଇଯାଇଥିବା ଅନୁମାନ କରାଯାଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ