ବୁଗୁଡା ଓ ବାଲିପଦରରେ ୧୫୭ ଜଣଙ୍କୁ ଟୀକା

ବୁଗୁଡା ,(ଅନିଲ କୁମାର ମହାରଣା): ଆଜି ବୁଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୧୬ ଜଣଙ୍କୁ ଟୀକା ଦିଆଯାଇଥବା ବେଳେ ଗତକାଲି ବାଲିପଦର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ୧୪୧ ଜଣଙ୍କୁ ଟୀକା ଦିଆଯାଇଛି। ଗତ କାଲି ଅର୍ଥାତ ଜାନୁଆରୀ ୨୮ ତାରିଖ ଦିନ ବାଲିପଦର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ କୋଭିଡ ଟୀକା ଦାନ ଆରମ୍ଭ ହୋଇଥିବା ବେଳେ ମୋଟ ୧୪୧ ଜଣ କରୋନା ଯୋଦ୍ଧା ଟୀକା ନେଇଛନ୍ତି। ଟୀକା ନେଇଥିବା କରୋନା ଯୋଦ୍ଧାଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ, ଆଶା କର୍ମୀ ଏବଂ ଅଙ୍ଗନୱାଡି କର୍ମୀ ଓ ସହାୟିକା ହୋଇଥିବା ଜଣାପଡିଛି। ବୁଗୁଡା ମେଡ଼ିକାଲରେ ଟୀକା ନେଇଥିବା ୧୬ ଜଣଙ୍କ ମଧ୍ୟରୁ ମେଡ଼ିକାଲର ୩ ଜଣ, ଆଶା କର୍ମୀ ୬ ଜଣ ଏବଂ ଅଙ୍ଗନୱାଡି କର୍ମୀ ଓ ସହାୟିକା ୭ ଜଣ ହୋଇଥିବା ବିପିଏମ ବିଶ୍ଵଜିତ ପ୍ରଧାନ ଜଣାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ