ବୁଗୁଡା ଓ ମାଣିତରାରେ କୋଭିଡ ସଚେତନତା

ବୁଗୁଡା,(ଅନିଲ କୁମାର ମହାରଣା): ବୁଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସେପ୍ଟେମ୍ବର ୨୮ ତାରିଖରେ ମାସ୍କ ବଣ୍ଟନ କରି ଜନସାଧାରଣଙ୍କୁ କରୋନା ବିଷୟରେ ସଚେତନତା କରିଥିବା ବେଳେ ମାଣିତରା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଶପଥ ପାଠ କରାଯାଇ ସଚେତନତା କରାଯାଇଥିଲା । ସୋମବାର ଦିନ ବୁଗୁଡା ଏନ.ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ରଶ୍ମିରଞ୍ଜନ ଦାଶଙ୍କ ନେତୃତ୍ୱରେ କର୍ମଚାରୀ ବୃନ୍ଦ ଜନସାଧାରଣଙ୍କୁ ମାସ୍କ ପ୍ରଦାନ ସହ ସଠିକ ଭାବେ ମାସ୍କ ପିନ୍ଧିବା ପ୍ରଣାଳୀ ବୁଝାଇ ଥିଲେ । ଏହା ବ୍ୟତୀତ କରୋନା ମହାମାରିରୁ ରକ୍ଷା ପାଇବା ପାଇଁ ଓ ଗଞ୍ଜାମ ଜିଲ୍ଲାକୁ କରୋନା ମୁକ୍ତ କରିବା ପାଇଁ ବାରମ୍ବାର ସାବୁନ ଦ୍ୱାରା ହାତ ଧୋଇବା, ସାମାଜିକ ଦୂରତା ବଜାୟ ରଖିବା ସହ କୋଭିଡ ଆଇନକୁ ସମ୍ମାନ ଜଣାଇ ମାନିବା ଓ ଅନ୍ୟମାନଙ୍କୁ ମଧ୍ୟ ବୁଝାଇବାକୁ ପରାମର୍ଶ ଦେଇଥିଲେ । ସେହିପରି ମାଣିତରା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁବ ରେଡକ୍ରସ ପକ୍ଷରୁ କୋଭିଡ ସଚେତନତା କାର୍ଯ୍ୟ ସମ୍ପାଦନ ହୋଇଥିଲା । ଅଧ୍ୟକ୍ଷ ଅନୁପ କୁମାର ପଣ୍ଡା ଉପସ୍ଥିତ ଯୁବ ରେଡକ୍ରସ ସଦସ୍ୟ ମାନଙ୍କୁ ଶପଥ ପାଠ କରାଇଥିଲେ । ଯୁବ ରେଡକ୍ରସର ଉପଦେଷ୍ଟା ଅଧ୍ୟାପକ ଦିଲ୍ଲୀପ କୁମାର ଆଚାର୍ଯ୍ୟ କୋଭିଡ ସଂକ୍ରମଣର ଭୟାବହାତ ବିଷୟରେ କହିବା ସହ ମାସ୍କ ପିନ୍ଧିବା, ହାତ ସଫା କରିବା ଓ ସାମାଜିକ ଦୂରତା ବଜାୟ ରଖି କୋଭିଡ ନିୟମ ମାନିବା ଓ ଅନ୍ୟମାନଙ୍କୁ ମଧ୍ୟ ସଚେତନ କରାଇ ପାରିଲେ କୋଭିଡକୁ ପରାଜୟ କରିପାରିବା ବୋଲି ମତ ଦେଇଥିଲେ। ଅଧ୍ୟାପକ ଡ଼ଃ ପ୍ରିୟବ୍ରତ ପ୍ରଧାନ ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଗଞ୍ଜାମକୁ କରୋନା ମୁକ୍ତ ପାଇ କୋଭିଡ ସପ୍ତାହ ପାଳନ କରି ଯେଉଁ ଗଣ ସଚେତନତା ସୃଷ୍ଟି କରିଛନ୍ତି ସେହି ନିୟମକୁ ସମ୍ମାନ ଜଣାଇଲେ ଗଞ୍ଜାମ ଜିଲ୍ଲା ନିଶ୍ଚିତ ଭାବେ କରୋନା ମୁକ୍ତ ହୋଇପାରିବ ବୋଲି ପରାମର୍ଶ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ