ବୁଗୁଡା କୋର୍ଟରେ ତୃତୀୟ ଜାତୀୟ ଲୋକ ଅଦାଲତ

ବୁଗୁଡା, (ଅନିଲ ମହାରଣା): ରବିବାର ଦିନ ବୁଗୁଡା ଦେୱାନି ବିଚାରପତି ଓ ପ୍ରଥମ ଶ୍ରେଣୀ ବିଚାରବିଭାଗୀୟ ମାଜିଷ୍ଟ୍ରେଟ ଙ୍କ ଅଦାଲତରେ ୨୦୨୧ ମସିହାର ତୃତୀୟ ଜାତୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଜାତୀୟ ଆଇନ ସେବା ପ୍ରାଧିକରଣଙ୍କ ନିର୍ଦ୍ଦେଶ ପ୍ରକାରେ ଓ ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣଙ୍କ ପରାମର୍ଶ କ୍ରମେ ବୁଗୁଡା ପ୍ରଥମ ଶ୍ରେଣୀ ବିଚାରବିଭାଗୀୟ ମାଜିଷ୍ଟ୍ରେଟଙ୍କ ଅଦାଲତରେ ଲୋକ ଅଦାଲତ ଅନୁଷ୍ଠିତ ହୋଇଥିଲା। ପ୍ରଥମ ଶ୍ରେଣୀ ମାଜିଷ୍ଟ୍ରେଟ ସୋନାଲି ଅପରାଜିତା ମହୋଦୟାଙ୍କ ନିକଟରେ ବିଭିନ୍ନ ମୋକଦ୍ଦମାର ବିଚାର ପାଇଁ ଉପସ୍ଥାପିତ କରା ଯାଇଥିଲା। ଆଜିର ଲୋକ ଅଦାଲତ ପରିଚାଳନାରେ ସରକାରୀ ଓକିଲ ରବୀନ୍ଦ୍ର କୁମାର ପଣ୍ଡା , ବରିଷ୍ଠ କିରାଣୀ, ଟାଇପିଷ୍ଟ ଓ କନିଷ୍ଠ କିରାଣୀ ପ୍ରମୁଖ ସହଯୋଗ କରିଥିଲେ। କୋଭିଡ଼ ନୀୟମ ପ୍ରକାରେ ମାସ୍କ, ଓ ସାନିଟାଇଜର ବ୍ୟବହାର ଓ ସାମାଜିକ ଦୂରତା ବଜାୟ ରଖି ଲୋକ ଅଦାଲତ ଅନୁଷ୍ଠିତ ହୋଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ