ବୁଗୁଡା ତହସିଲଦାରଙ୍କୁ ଘେରାଉ

ବୁଗୁଡା, (ଅନିଲ କୁମାର ମହାରଣା):ବୁଗୁଡା ଥାନା ଅନ୍ତର୍ଗତ ଷୋହଳ ମଇଲ ଛକରେ ସାର ଯୋଗାଣ ପାଇଁ ଦାବୀ କରି ରାମଣ୍ଡା ଓ ଅନ୍ୟ ଗ୍ରାମର ଲୋକମାନେ ମୁଖ୍ୟ ରାଜପଥକୁ ଅବରୋଧ କରିଥିବା ବେଳେ ବୁଗୁଡା ତହସିଲଦାରଙ୍କୁ ଘେରାଉ କରି ସାର୍ଟ ଚିରିବା ଓ ଟାଣ ଓଟରା କରିବା ନେଇ ଏକ ମାମଲା ରୁଜୁ ହୋଇଥିବା ଜଣାପଡିଛି। ଷୋହଳ ମଇଲ ଛକର ସାର ଡିଲର ନିକଟରେ ଯାହା ଷ୍ଟକ ଥିଲା ସମସ୍ତ ୟୁରିଆ ସାର ଶେଷ ହୋଇଯିବା ଯୋଗୁଁ ଅବଶିଷ୍ଟ ଚାଷୀଙ୍କୁ ସାର ଦେଇପାରିନଥିଲେ। ଲୋକମାନେ ଆଜିହିଁ ଯେପରି ହେଲେ ସାର ଦେବାକୁ ଦାବି କଲେ। ଫଳରେ ସହକାରୀ କୃଷି ଅଧିକାରୀ ସେଠାରେ ପହଞ୍ଚି ସାର ପୁଣି ଆସିଲେ ଦିଆଯିବ ବୋଲି ବୁଝାଇଲେ ମଧ୍ୟ ଲୋକମାନେ ନାରାଜ ହୋଇ ରାସ୍ତା ଅବରୋଧ କରିଥିଲେ। ଫଳରେ ସହକାରୀ କୃଷି ଅଧିକାରୀ ତହସିଲଦାରଙ୍କୁ ଫୋନ କରି କହିଲେ। ଖବର ପାଇ ବୁଗୁଡା ତହସିଲଦାର ଘଟଣା ସ୍ଥଳରେ ପହଞ୍ଚି ଆନ୍ଦୋଳନ କରୁଥିବା ଲୋକଙ୍କୁ ବୁଝାସୁଝା କଲାବେଳେ ଲୋକମାନେ ତହସିଲଦାରଙ୍କୁ ଘେରିଯାଇ ଟଣାଓଟରା କରି ଶାର୍ଟ ଚିରି ଦେଇଥିଲେ। ଖବର ପାଇ ବୁଗୁଡା ଥାନା ଆଇଆଇସି ଚିତ୍ତରଞ୍ଜନ ବେହେରା ପୋଲିସ ଫୋର୍ସ ସହ ଘଟଣା ସ୍ଥଳରେ ପହଞ୍ଚି ଘେରାଉ କରିଥିବା ଲୋକମାନଙ୍କ ଠାରୁ ତହସିଲଦାରଙ୍କୁ ମୁକ୍ତି କରିଥିଲେ। ଏନେଇ ବୁଗୁଡା ତହସିଲଦାର ସଂଗ୍ରାମ କେଶରୀ ଜେନା ବୁଗୁଡା ଥାନାରେ ଲିଖିତ ଅଭିଯୋଗ ଦେବାପରେ ବୁଗୁଡା ଥାନା କେଶ ନଂ ୨୫୦/୨୦ ପ୍ରକାରେ ଏକ ମାମଲା ରୁଜୁ କରିଛନ୍ତି। ସମ୍ବାଦ ଲେଖିବା ସମୟ ପର୍ଯ୍ୟନ୍ତ ପୋଲିସ କୌଣସି ବ୍ୟକ୍ତିଙ୍କୁ ଗିରଫ କରିପାରିନଥିବା ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ