ବୁଗୁଡା ପଞ୍ଚାୟତ ସମିତିର ଦଶମ ସାଧାରଣ ବୈଠକ
ବୁଗୁଡା, ((ଅନିଲ କୁମାରମହାରଣା):ବୁଗୁଡା ପଞ୍ଚାୟତ ସମିତିର ଦଶମ ସାଧାରଣ ବୈଠକ ଜୁଲାଇ ୧୪ ତାରିଖ ଦିନ ସମିତି ସଭା ଗୃହରେ ଅନୁଷ୍ଠିତ ହୋଇଯାଇଛି। ବୁଗୁଡା ବ୍ଲକ ଅଧ୍ୟକ୍ଷା ମାମି ସେନାପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଦଶମ ସାଧାରଣ ବୈଠକରେ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ, ବିଡ଼ିଓ ତନ୍ମୟ ପାତ୍ର, ସହକାରୀ ଯନ୍ତ୍ରୀ ଗୋପାଳ କୃଷ୍ଣ ଗୌଡ଼, ବ୍ଲକ ଉପାଧ୍ୟକ୍ଷ ଟୁକୁନା ସ୍ୱାଇଁ, ବିଧାୟକଙ୍କ ପ୍ରତିନିଧି କିଶୋର ଚନ୍ଦ୍ର ବେହେରା, ଜିଲ୍ଲା ପରିଷଦ ସଦସ୍ୟା ଭୁବନେଶ୍ୱରୀ ଖଟେଇ ପ୍ରମୁଖ ମଞ୍ଚାସୀନ ଥିବା ବେଳେ ବିଭିନ୍ନ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ / ସଭ୍ୟା ଯୋଗଦେଇଥିଲେ। ବିଡ଼ିଓ ଶ୍ରୀ ପାତ୍ର ୨୦୨୧-୨୨ ବଜେଟ ଉପସ୍ଥାପନ କରିଥିବା ବେଳେ ତାହା ଗୃହୀତ ହୋଇଥିଲା। ସେହିପରି ବ୍ଳକର ୨୧ ଟି ଗ୍ରାମ ପଞ୍ଚା1ୟତର ୨୧ ଟି ହାଇସ୍କୁଲକୁ ୩ ଲକ୍ଷ ଟଙ୍କା, ଗୋଲିଆ ଆଦର୍ଶ ବିଦ୍ୟାଳୟକୁ ୨୦ ଲକ୍ଷ ଟଙ୍କା, ରାଜ୍ୟ ସରକାରଙ୍କ ଅନୁମୋଦନ କ୍ରମେ ଗୋଲିଆ, ବି.କରଡ଼ାବାଡ଼ି ଓ କଲମ୍ବ ଗ୍ରାମ ପଞ୍ଚାୟତରେ ମିନି କମ୍ପୋଷ୍ଟ କେନ୍ଦ୍ର ସ୍ଥାପନ, ୧୩୦୩ ଟି ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ମଞ୍ଜୁରୀ, ଇନ୍ଦିରା ଗାନ୍ଧୀ ଜାତୀୟ ଯୋଜନାରେ ବାର୍ଦ୍ଧକ୍ୟ ଭତ୍ତା, ମଧୁବାବୁ ଯୋଜନାରେ ବିଧବା ଭତ୍ତା ପ୍ରଭୃତି ବିଷୟ ମଞ୍ଜୁରୀ ବିଷୟ ନେଇ ବିଡ଼ିଓ ଶ୍ରୀ ପାତ୍ର ଉପସ୍ଥାପନ କରିଥିଲେ। ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ବିବରଣୀ ପୋର୍ଟାଲ ମାଧ୍ୟମରେ ଅଫିସକୁ ପଠାଇବାକୁ ବିଡ଼ିଓ ଶ୍ରୀ ପାତ୍ର ସମସ୍ତଙ୍କୁ ଅନୁରୋଧ କରିଥିଲେ। କୋଭିଡ ନିୟମ ପ୍ରକାରେ ସଭାଗୃହରେ ୪୫ ଜଣ ବସିବା ପାଇଁ ସୁବିଧା ଥିବାଯୋଗୁଁ କେବଳ ଜନପ୍ରତିନିଧିଙ୍କୁ ନେଇ ସମିତିର ଦଶମ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିବା ଜଣାପଡିଛି।


